Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ ଲୋକଙ୍କ ଆଖିରେ ପଡୁନି,ପ୍ରୟାସ ଛୋଟ: ଅର୍ଥ ଅନେକ

ସମ୍ବଲପୁର:ବଡ ବିଦ୍ୟାଳୟରେ ବଡବଡିଆଙ୍କ ପିଲାଏ ପଢନ୍ତି। ବଡ ବଡ ଘୋଡାଗାଡି ଚଢି ସ୍କୁଲ ଯିବା ଆସୋବା କରନ୍ତି । ତେଣୁ ଏଭଳି କରୁଣ ଦୃଶ୍ୟ ବଡବଡିଆଙ୍କ ଆଖିରେ ପଡେନି।କିମ୍ବା ମହାନଗର ନିଗମକୁ ମଧ୍ୟ ଏହା ଛୁଇଁ ପାରେନି। ଅବଶ୍ୟ ନିର୍ବାଚିତ କର୍ପୋରେଟର ନଥାଇ ଜିଲ୍ଲାପାଳଙ୍କୁ ଛାଡି କମିଶନର ଅବା କରିବେ କ’ଣ ? ଏଭଳି ଏକ ଦୟନିୟ ଚିତ୍ର ଆଜି ଦେଖିବାକୁ ମିଳିଛି କେନ୍ଦ୍ରୀୟ ବିଦ୍ୟାଳୟ-୧ ର ଗେଟ ନ-୨ ରାସ୍ତାରେ। ଅବସ୍ଥା ବର୍ଷାରେ ଅତି ସାଙ୍ଘାତିକ ହୋଇ ପଡିଛି। ଅନେକଟି କୁତ୍ରିମ ବନ୍ୟାର କାରଣ ସାଜିଛି। ଶହ ଶହ କୋମଲମତି ଛାତ୍ର ଛାତ୍ରୀ ସେ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି। ଅନେକ ସମୟରେ ପଡି ତାଙ୍କ ସାର୍ଟ,ପେଣ୍ଟ,ବହିପତ୍ର ନଷ୍ଟ ହେଉଛି ।ରୋଡ଼ ର ଅବସ୍ଥା କହିଲେ ନସରେ।ଭର୍ତ୍ତି ପାଣିରେ ପୁଣି ଅବଡ଼ା ଖlବଡ଼ା ରାସ୍ତା।ଦୃଷ୍ଟି ପଡୁନି କାହାର । ଏଭଳି ଅବସ୍ଥାର ଆଜି ଏକ ଛୋଟ ପ୍ରୟାସ ଦେଖାଇଛନ୍ତି ବିଦ୍ୟାଳୟର କିଛି ଅଭିଭାବକ ।ଦୁଲାଲ ଚନ୍ଦ୍ର ରାୟ, ପ୍ରଫୁଲ କୁମାର ଦାଶ ଓ ଅଶୋକ ମିଶ୍ର ମିଶି ଶ୍ରମଦାନ କରି ହୋଇଥିବା ଗର୍ତ ଗୁଡିକରୁ ପାଣି ନିଷ୍କାସନ ପାଇଁ ନାଳ ଗୁଡିକ କରି ପାଣିକୁ ନିଷ୍କାଷନ କରି ନିଜର ମହାନତା ପ୍ରକାଶ କରିଛନ୍ତି। ଏହା ଛୋଟିଆ କାମ ବୋଲି ଲୋକ କହିଲେବି ଏହାର ଅର୍ଥଯେ ଅନେକ ସମସ୍ତେ ବୁଝିବାକୁ ହେବ।ପ୍ରଶାସନ ଯଥାଶୀଘ୍ର ଏହି ରାସ୍ତାପ୍ରତି ଦୃଷ୍ଟି ଦେଇ ତୁରନ୍ତ ନିତିଦିନିଆ ରାସ୍ତାରେ ପରିଣତ କରିବାକୁ ସବୁ ମହଳରେ ଦାବୀ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ