Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘର ଭିତରେ ପୁଅର ଶବ: ଦାଣ୍ଡରେ ବସିଛି ବୁଢୀ ମାଁ

ସମ୍ବଲପୁର (ଧମା):ଘର ଭିତରେ ପୁଅର ଗଳିତ ଶବ:ଦାଣ୍ଡରେ ବସିଛି ବୁଢୀ ମାଁ । ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଧମା ଥାନା ଅଞ୍ଚଳରେ। ଧମା ନିକଟସ୍ଥ ଗହୀଧର ପାଲିର ଏହି ଘଟଣା । ଘର ଭିତରେ ପୁଅର ଶବ ପଡି ଫୁଲି ଯାଇଥିବା ଓ ବାସ୍ନା ଆସୁଥିବା ନେଇ ଆଜି ଅଞ୍ଚଳରେ ଚର୍ଚା ହେବା ପରେ ମାଁ ତାଙ୍କ ଆଉ ଏକ ପୁଅ ସହିତ ଆଜି ସକାଳେ ଆସି ଏହା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଦିନ ୧୨ ଟା ସୁଦ୍ଧା ପୋଲିସ ପହଞ୍ଚି ନଥିବାରୁ ମୁଣ୍ଡରେ ହାତ ଦେଇ ବସିଛି ମାଁ । ଗ୍ରିଣ୍ଡୋଲା ପାଲିର ମୂଳ ନିବାସୀ ରିପୁଲାଲ୍ ଦାଶ (୪୫) ଗତ କିଛି ବର୍ଷ ହେବ ଗହୀଧର ପାଲି ଗାଁକୁ ଆସି ଏକ କିରାନା ଦୋକାନ କରି ପରିବାର ସହିତ ରହୁଥିଲେ । ଗୋଟିଏ ଝିଅର ବାହା ହୋଇଥିବା ବେଳେ ଆଉ ଏକ ଝିଅକୁ ଧରି ମାଁ ଗତ ୫ ଦିନ ହେଲା ନିଜ ମାଁ ଘରକୁ ଯିବାପରେ ଏଭଳି ଘଟଣାକୁ ନେଇ ବିଭିନ୍ନ ସନ୍ଧେହ ପ୍ରକାଶ ପାଉଛି। ତେବେ ପୋଲିସ ଅନୁସନ୍ଧାନ ପରେ ଅସଲ୍ୟ ରହସ୍ୟ ଜଣାପଡିବ ।