Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ରକ୍ତଦାନ ଶିବିର …୪୧ ୟୁନିଟ୍ ସଂଗ୍ରହ

ଲକ୍ଷ୍ମୀପୁର ୧୦.୦୭ ଲକ୍ଷ୍ମୀପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ୍ ଓ ଯୁବ ରେଡକ୍ରସ ୟୁନିଟ୍ ତରଫରୁ ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ବୀରେନ୍ କୁମାର ଶତପଥୀଙ୍କ ଷାଠିଏ ତମ ଜନ୍ମଦିନ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମୁଦାୟ ୪୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିରକୁ ଯୁକ୍ତ ଦୁଇ ଅଧ୍ୟକ୍ଷ ପବୀରେନ୍ କୁମାର ଶତପଥୀ , ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲି ଏବଂ ପୂର୍ବତନ ସାଂସଦ ତଥା ବର୍ତ୍ତମାନ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଶ୍ରୀ ଝିନ୍ନ ହିକ଼କା ଉଦଘାଟନ କରିଥିଲେ। ଏହି ଅବସରରେ ଅଧ୍ୟକ୍ଷଙ୍କ ପତ୍ନି ଶ୍ରୀମତୀ ସୁଜାତା ଶତପଥୀ,ଝିଅ ସୁକନ୍ୟା ଶତପଥୀ, ହରେକୃଷ୍ଣ ସାହୁ, ପ୍ରାଧ୍ୟାପକ ଡଃ କିଶୋର ଚନ୍ଦ୍ର ସାହୁ ଓ ତାଙ୍କ ପତ୍ନି ଶ୍ରୀମତୀ ଚନ୍ଦ୍ରପ୍ରଭା ସାହୁ ଓ ପୁତ୍ର ଶୁଭମ୍ କୁମାର ସାହୁ, ସ୍ତାନୀୟ ମାଜିଷ୍ଟ୍ରେଟ ଶ୍ରୀ ଅମ୍ବିକେଶ ପାଣିଗ୍ରାହୀ ତଥା ଅନେକ୍ ବ୍ୟକ୍ତି ରକ୍ତଦାନ କରିଥିଲେ। ଏହି ଶିବିରକୁ ଯୁକ୍ତ ତିନି ଜାତୀୟ ସେବା ଯୋଜନା ଅଧିକାରୀ ଦୁର୍ଯ୍ଯୋଧନ ସାହୁ, ମୋ କଲେଜ ଅଧିକାରୀ ଅଧ୍ୟାପିକା ତିଳୋତ୍ତମା ପଟ୍ଟନାୟକ, ଯୁକ୍ତ ଦୁଇ ଯୁବ ରେଡକ୍ରସ ଅଧିକାରୀ ଯଶୋବନ୍ତ ଗରଡା, ଯୁକ୍ତ ତିନି ଯୁବ ରେଡକ୍ରସ ଅଧିକାରୀ ସନ୍ତୋଷିନୀ ଦାଶ, ଅଧ୍ୟାପିକା ମହିମା ରାଣୀ ରାଜୁ,ଜୟଶ୍ରୀ ପଟ୍ଟନାୟକ ଓ ଅଧ୍ୟାପକ ମଧୁସୁଦନ ସାହୁ, ଲକ୍ଷ୍ମୀକାନ୍ତ ଟାକ୍ରୀ ଓ ଟଙ୍କଧର ନାଏକ ପରିଚାଳନା କରିଥିଲେ । ଆମରି ହିକ଼କା, ଏଙ୍କେଶ୍ଵର ଖରା,ଭଜ ବିଶୋୟୀ ଏବଂ ଅନ୍ୟାନ୍ୟ ଅଧ୍ୟାପକ ,ଅଧ୍ୟାପିକା ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ