ଲକ୍ଷ୍ମୀପୁର: ,୧୦।୭ ..କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ର ସାମ୍ବାଦିକ ଶରତ ନାୟକଙ୍କ ପିତା ନିରଞ୍ଜନ ନାୟକଙ୍କ ସୋମବାର ପୁର୍ବାହ୍ଣ ୧୧,୫୫ ମିନିଟ୍ ସମୟରେ ପରଲୋକ ଘଟିଛି । ମୃତ୍ଯୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଦୀର୍ଘ ମାସ ହେଲା ସେ ଯାଜପୁର ଜିଲ୍ଲା ବଡଚଣା ବ୍ଲକର ଛତିଆ ପଞ୍ଚାୟତ ଅଧିନସ୍ଥ ଇଚ୍ଛାନଗରପାଟଣା ସ୍ଥିତ ବାସଭବନରେ ରୋଗଶଯ୍ୟାରେ ଥିଲେ। ମୃତ୍ଯୁ ଶଯ୍ୟା ନିକଟରେ ତାଙ୍କର ଶରତ ନାୟକଙ୍କ ସହିତ ପୁତ୍ର ବଧୁ ,ପୁତୁରା ,ପୁତୁରା ବୋହୂ , ନାତି ନାତୁଣୀ ଓ ପରିଜନ ମାନେ ଉପସ୍ଥିତ ଥିଲେ । ସ୍ଥାନୀୟ ଶ୍ମଶାନରେ ତଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁତ୍ର ଶରତ ମୁଖାଗ୍ନି ଦେଇଥିଲେ । ଶବାଧାର ଆଗରେ କୀର୍ତ୍ତନ ସହିତ ସାହି ଲୋକ ଓ ପରିଜନ ମାନେ ଯାଇଥିଲେ।
ସାମ୍ବାଦିକଙ୍କ ପିତୃ ବିୟୋଗ
