Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମା କୁଣାରଶୁଣି ପୀଠରେ ସମ୍ବାଦ ସାହିତ୍ୟଘର ତରଫରୁ ବୃକ୍ଷରୋପଣ

ବେଲଗୁଣ୍ଠା, 11/07, ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ତରଫରୁ କିରାପଲ୍ଲୀ ନିକଟସ୍ଥ ମାଆ କୁମାରଶୁଣି ମନ୍ଦିର, ପର୍ବତର ପାଦଦେଶରେ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ବେଲଗୁଣ୍ଠା ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ସୁବୁଦ୍ଧି, ରୋଟାରୀ କ୍ଲବ ଜିଲ୍ଲା ପ୍ରାନ୍ତପାଳ ତଥା ବିଶିଷ୍ଟ ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର,ସାମ୍ବାଦିକ ଶିବରାମ ଚୌଧୂରୀ, ସରୋଜ ଶତପଥୀ,ସମ୍ବାଦ ସାହିତ୍ୟ ଘର ସଭାପତି ମୋତିଲାଲ ପତି,ବଙ୍କା ପଞ୍ଚାୟତ ଅଞ୍ଚଳର ଜଣାଶୁଣା ଯୁବ ସମାଜସେବୀ ପଞ୍ଚାନନ ପ୍ରଧାନ ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ I ମାଆ କୁମାରଶୁଣି ପୀଠଟି ଏକ ପାହାଡିଆ ଅଞ୍ଚଳ ହୋଇଥିବାରୁ ଏଠାରେ ବୃକ୍ଷରୋପଣ କରିବା ପାଇଁ ସମ୍ବାଦ ସାହିତ୍ୟ ଘର ତରଫରୁ ସ୍ଥାନ ଚୟନ କରାଯିବା ସହିତ ନିର୍ଦ୍ଧାରିତ ସମୟ ପୂର୍ବରୁ ଏଠାରେ ମାଆ କୁମାରଶୁଣି ଯୁବକ ସଂଘ ଦ୍ୱାରା ଗାତ ଖୋଳା, ଗାତ ଶୋଧନ ଭଳି କାର୍ଯ୍ୟକ୍ରମ କରାଯାଇ ଚାରା ରୋପଣ ପାଇଁ ପ୍ରାକ୍ ପ୍ରସ୍ତୁତି କରାଯାଇଥିଲା I ଆଜି ଏଠାରେ ଅତିଥି ମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯିବା ସହିତ ଆଗାମୀ ଦିନରେ ପୁଣି ଏଠାରେ ବୃକ୍ଷରୋପଣ କରାଯାଇ ଅଞ୍ଚଳକୁ ସମ୍ପୂର୍ଣ୍ଣ ସବୁଜିମାରେ ଭରି ଦିଆଯିବ ବୋଲି ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମାଧ୍ୟରେ ହରିବନ୍ଧୁ ଗୌଡ଼, ପ୍ରଫୁଲ୍ଲ ବେହେରା, ବିଚିତ୍ର ପ୍ରଧାନ,କୈଳାସ ପୋଲାଇ, ରଞ୍ଜନ କୁମାର ସେଠୀ, ବିନୋଦ କୁମାର ପୋଲାଇ, ଶୁକ୍ରୁ ଗୌଡ଼, ମନୋଜ କୁମାର ଗୌଡ଼,କାର୍ତ୍ତିକେଶ୍ୱର ସମୁଦର୍,ସନ୍ତୋଷ ଗୌଡ଼,ଦୀପକ କୁମାର ପ୍ରଧାନ ଏବଂ ଶିଶୁ ସାହିତ୍ୟିକ ବିଦ୍ୱାନ ପାତ୍ର ଉପସ୍ଥିତ ରହି ଶିଶୁ,ଶାଗୁଆନ୍, ଆମ୍ବ, ନିମ୍ବ, କଦମ୍ବ,ବଉଳ ପ୍ରଜାତିର 145 ଟି ଚାରା ରୋପଣ କରିଥିଲେ I ଏହି ଚାରା ଗୁଡ଼ିକୁ ପ୍ରତ୍ଯେକ ଦିନ ପାଳି କରି ମାଆ କୁମାରଶୁଣି ଯୁବକ ସଂଘର ସଦସ୍ୟ ମାନେ ସୁରକ୍ଷା ଦେଇ ଗଛ ଗୁଡିକୁ ବଞ୍ଚାଇ ରଖିବା ଦାୟିତ୍ୱ ନେବେ ବୋଲି ସମାଜସେବୀ ପଞ୍ଚାନନ ପ୍ରଧାନ ପ୍ରତିଶୃ୍ତି ଦେଇଥିଲେ I କାର୍ଯ୍ୟକ୍ରମ ଶେଷରେ ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ I
ଫଟୋ