ଚିତ୍ରାଙ୍କନରେ ଅନୁପ୍ରଭା ପୁରସ୍କୃତ


ସମ୍ବଲପୁର:ସମ୍ବଲପୁର ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟରେ ସମ୍ବଲପୁର ଜିଲ୍ଲା ଶିଶୁ କଲ୍ୟାଣ ସମିତି ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବର୍ଗରୁ ୧୩୭ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଜିଲ୍ଲା ସ୍ତରରେ ସବୁଜ ବିଭାଗରେ ଅନୁପ୍ରଭା ବେହେରା ପ୍ରଥମ ସ୍ଥାନ ସହ ରାଜ୍ୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।ଆଜି ୧୧ ତାରିଖରେ ଭୁବନେଶ୍ବର ସ୍ଥିତ ଗୃହ ଅର୍ଥନୀତି ତାଲିମ କେନ୍ଦ୍ର ପ୍ରେକ୍ଷାଳୟ ଠାରେ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ଓ ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ ପକ୍ଷ୍ୟରୁ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗୀତାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସେଠାରେ ଅନୁପ୍ରଭା ବେହେରା ମହିଳା ଓ ଶିଶୁ ବିକାଶ ବିଭାଗର ମାନନୀୟା ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ଅନୁପ୍ରଭା କେନ୍ଦ୍ରୀୟ ବିଦ୍ୟାଳୟ, ନଂ୧ର ଚତୁର୍ଥ ଶ୍ରେଣୀର ଛାତ୍ରୀ ଅଟନ୍ତି । ଏହା ପୂର୍ବରୁ ଅନୁପ୍ରଭା ଅନେକ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗୀତାରେ ଭାଗ ନେଇ ଅନେକ କୃତୀ ଅର୍ଜନ କରିସାରିଛନ୍ତି ।