Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶିମଦ ଚୋରା ଚାଲାଣ କରୁଥିବା ବେଳେ ଜଣେ ଗିରଫ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା  ସୁବଳୟା ଥାନା ଅନ୍ତର୍ଗତ ଘିଚାପାଲି ଛକ ନିକଟରୁ  ରନ୍ଧା ମଦ ଚୋରା ଚାଲାଣ ହେଉଥିବା ଖବର ପାଇ ସୁବଳୟା ପୋଲିସ ଜଣକୁ ଗିରଫ କରିଛି । ମିଳିଥିବା ସୂଚନାରୁ ଜଣାଯାଇଛି ଯେ ସୁବଳୟା ପୁଲିସ ଗତ ବିଳମ୍ବିତ ରାତ୍ରିରେ ପାଟ୍ରୋଲିଂ କରୁଥିବା ସମୟରେ ଉକ୍ତ ଥାନା ଅନ୍ତର୍ଗତ ଘିଚାପାଲି ଛକ ନିକଟରେ ଜଣେ ଯୁବକକୁ ସନ୍ଦେହ କରି ଅଟକାଇ ପଚରା ଉଚରା କରିଥିଲେ । ସେତେବେଳେ ତା ପାଖରେ ଥିବା ୫ ଲିଟର ଦେଶୀ ରନ୍ଧା ମଦ ଜବତ କରିଥିବା ବେଳେ ଉକ୍ତ ଯୁବକକୁ ପୁଲିସ ଗିରଫ କରିଥିଲା । ଦେଶୀ ରନ୍ଧା ମଦ ଚୋରାଚାଲାଣ କରୁଥିବା ଯୁବକ ଜଣକ ହେଲେ ଲୁତୁରପଙ୍କ ଗ୍ରାମର କୃଷ୍ଣଚନ୍ଦ୍ର ମେହେର ।‌ ସୁବଳୟା ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା  ପୋଲିସ ଏସ ଆଇ କୈଳାଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ