Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶିଷ୍ଟ ସମ୍ବଲପୁରୀ କବି ଭବାନୀ ଶଙ୍କର ପ୍ରଧାନଙ୍କ ପରଲୋକ

ସମ୍ବଲପୁର:ବ ିଶିଷ୍ଟ ସମ୍ବଲପୁରୀ କବି ତଥା ଶିକ୍ଷାବିତ୍ ଭବାନୀ ଶଙ୍କର ପ୍ରଧାନଙ୍କ ଗତକାଲି ନିଜ କଲ୍ୟାଣ ନଗର ବାସଭବନରେ ରାତିରେ ପରଲୋକ ଘଟିଛି। ତକବା ଗ୍ରାମର ମୂଳ ନିବାସି ସ୍ୱର୍ଗତ ପ୍ରଧାନ ସମ୍ବଲପୁରୀ ସାହିତ୍ୟର ଜଣେ ଅଗ୍ରଣୀ କବି ଓ ତାଙ୍କ ଅନେକ ଆଲେଖ୍ୟ ତାଙ୍କୁ ଚିର ସ୍ମରଣୀୟ କରି ରଖିବ। ସେ ଜଣେ ଦୃଢ଼ ସଂଗଠକ ମଧ୍ୟ ଥିଲେ। କୁଲତା ସମାଜ ପାଇଁ ତାଙ୍କ ତ୍ୟାଗ ଓ ପରିଶ୍ରମ ଯୋଗୁଁ ସେ ଏହି ସମାଜରେ ଦର୍ପଣର ପ୍ରତିବିମ୍ବ ପରି ସର୍ବଦା ଦୃଶ୍ଯୟମାନ ହୋଇ ରହିବେ। ଏପରକି ଓଡିଶା ସାଂସ୍କୃତିକ ସମାଜ ,ସମ୍ବଲପୁର ଲେଖକ ପରିଷଦ,ଚିନ୍ମୟ ସାହିତ୍ୟ ସଂସଦ,କୁଲତା ସମାଜ ଭଳି ଅନେକ ଅନୁଷ୍ଠାନର ସେ ଥିଲେ ଜଣେ ଅଗ୍ରଣୀ ସଂଗଠକ। ଆଜି ତାଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିବା ସହିତ ପରିବାର ବର୍ଗକୁ ସ୍ୱାନ୍ତନା ଦେଇଛନ୍ତି। ସେ ଗଙ୍ଗାଧର ମେହେର କଲେଜର ଅଧ୍ୟାପକ ଥିବା ସମୟରେ ସମ୍ବଲପୁରୀ ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ବହୁତ ଉଦ୍ୟମ କରିଥିଲେ। ତାଙ୍କ ମୃତ୍ୟୁରେ ସମ୍ବଲପୁର ଓ ବାହାର ଅନୁଷ୍ଠାନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ଆଜି ରାଜଘାଟ ଠାରେ ତାଙ୍କର ଶେଷକୃ୍ତ୍ୟ ସମାପନ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ