Notice: Function _load_textdomain_just_in_time was called incorrectly. Translation loading for the jwt-auth domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /var/www/html/wp-includes/functions.php on line 6121
ଅଂଶୁମାନ ଗଲେ ଥାଇଲାଣ୍ଡ:ଜିଲ୍ଲାପାଳ ଦେଲେ ସହଯୋଗ ରାଶି - Odisha.News ଓଡ଼ିଆ ଖବର

Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଂଶୁମାନ ଗଲେ ଥାଇଲାଣ୍ଡ:ଜିଲ୍ଲାପାଳ ଦେଲେ ସହଯୋଗ ରାଶି

ସମ୍ବଲପୁର:ଚଳିତ ମାସ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ପଟ୍ଟାୟା ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତଃର୍ଜାତୀୟ ସଫ୍ଟ ଟେନିସ୍ ଚମ୍ପିଆନସିଫ ୨୦୨୩ ରେ ୧୮ ବର୍ଷରୁ କମ୍ ବର୍ଗରେ ଅଂଶଗ୍ରହଣ କରିବା ପାଇଁ ଅଂଶୁମାନ ବାବୁ ଗତ ରାତିରେ ଥାଇଲାଣ୍ଡ ଅଭିମୂଖେ ଯାତ୍ରା ଆରମ୍ଭ କରଛନ୍ତି।
ସର୍ବଭାରତୀୟ ସ୍ତରରେ ମୋଟ ୧୬ ଜଣଙ୍କ ମଧ୍ୟରୁ ଠେମେରା ଗ୍ରାମର ଏହି ଅଂଶୁମାନ ହେଉଛନ୍ତି ଓଡିଶାର ଏକମାତ୍ର ତାରକା। ଯିଏକି ଆଗାମୀ ସେପ୍ଟେମ୍ବର୍ ମାସରେ ଚାଇନା ଠାରେ ହେବାକୁ ଥିବା ଏସିଏନ ଗେମ୍ସରେ ଚୟନରେ ଭାଗ ନେବାର ସୌଭାଗ୍ୟ ଅର୍ଜ୍ଜନ କରିଛନ୍ତି।ଏହି ସଫଳତା ଅଂଶୁମାନ ପାଇଥିଲେବି ପ୍ରତିଯୋଗିତାରେ ଭାଗ ନେବାକୁ ତାଙ୍କ ପାଇଁ ଅର୍ଥ ସାଜିଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାଶଙ୍କୁ ଭେଟି ସେ ସହଯୋଗର ହାତ ବଢାଇଥିଲେ। ଜିଲ୍ଲାପାଳ ଏହାକୁ ହୃଦବୋଧ କରି ଗତକାଲି ୧ଲକ୍ଷ ୧୫ ହଜାର ଟଙ୍କା ସହଯୋଗ ରାଶି ପ୍ରଦାନ କରିଛନ୍ତି।ଟେନିସ୍ ଫେଡେରେସନ୍ ଅଫ ଇଣ୍ଡିଆ ପକ୍ଷରୁ ଚୟନ ହୋଇଥିବା ଏହି ଉଦୀୟମାନ ତାରକା ଅଂଶୁମାନ ହେଉଛନ୍ତି ଠେମେରା ଗ୍ରାମର ମୂଳ ନିବାସୀ ସଞ୍ଜିବ ଓ ଗାୟତ୍ରୀ ବାବୁଙ୍କ ଦ୍ୱିତୀୟ ପୁତ୍ର।ବର୍ତ୍ତମାନ ସେମାନେ ପରିବାର ସହ ସମ୍ବଲପୁରର ଚାରଭାଟିରେ ଅବସ୍ଥାନ କରୁଛନ୍ତି। ଅଂଶୁମାନଙ୍କ ଏହି ସଫଳତା ସର୍ବ ଭାରତୀୟ ସ୍ତରରେ ଗୌରବ ଆଣିଛି। ଜିଲ୍ଲାପାଳ ଅନନ୍ୟା ଦାଶଙ୍କ ଏଭଳି ସହଯୋଗକୁ ସବୁ ମହଳରେ ପ୍ରଶଂସା କରାଯାଇଛି।