Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟେଷ୍ଟ କ୍ରିକେଟରେ ବଡ଼ ରେକର୍ଡ କଲେ ଅଶ୍ଵିନ, ଦମଦାର ବୋଲିଂ କରି ରଚିଲେ ଇତିହାସ

ନୂଆଦିଲ୍ଲୀ: ଭାରତୀୟ ଦଳର ତାରକା ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କ ପାଇଁ ବୁଧବାର ବହୁତ ଦମଦାର ରହିଛି। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ସେ ଅଶ୍ଵିନୀ ଘାତକ ବୋଲିଂ କରି ଅନେକ ରେକର୍ଡ ଭାଙ୍ଗିଛନ୍ତି। ସେ ଭାରତର ଏମିତି ପ୍ରଥମ ବୋଲର ଯିଏ ବାପା ଏବଂ ପୁଅଙ୍କ ଯୋଡ଼ିଙ୍କୁ ଆଉଟ୍ କରିଛନ୍ତି। ଏଥିସହ ଅଶ୍ଵିନୀ ୫ ଓ୍ଵିକେଟ୍ ନେଇ ଅନେକ ରେକର୍ଡ କରିଛନ୍ତି।

୧ – ବାପା-ପୁଅକୁ କଲେ ଶିକାର
ଟେଷ୍ଟ କ୍ରିକେଟରେ ନମ୍ବର ୧ ବୋଲର ଆର ଅଶ୍ଵିନ ବାପ-ପୁଅ ଯୋଡ଼ିଙ୍କୁ ଆଉଟ୍ କରିବାରେ ଭାରତର ପ୍ରଥମ ବୋଲର। ସେ ୨୦୧୧ରେ ଓ୍ଵେଷ୍ଟଇଣ୍ଡିଜର ବ୍ୟାଟର ଶିବନାରାୟଣ ଚନ୍ଦ୍ରପଲଙ୍କୁ ଆଉଟ୍ କରିଥିଲେ ଏବଂ ଏବେ ତାଙ୍କ ପୁଅ ତେଜନାରାୟଣ ଚନ୍ଦ୍ରପଲଙ୍କୁ ଆଉଟ୍ କରିଛନ୍ତି।

୨ – ୭୦୦ ଓ୍ଵିକେଟ୍ ପୂରା
୩୬ ବର୍ଷୀୟ ଆର ଅଶ୍ଵିନ ଭାରତ ପାଇଁ ଦ୍ରୁତତମ ୭୦୦ ଅନ୍ତର୍ଜାତୀୟ ଓ୍ଵିକେଟ୍ ପୂରା କରିବାର ଉପଲବ୍ଧି ହାସଲ କରିଛନ୍ତି। ସେ ୩୫୧ତମ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି। ତାଙ୍କ ଆଗରେ ବିଶ୍ଵ କ୍ରିକେଟରେ କେବଳ ଶ୍ରୀଲଙ୍କାର ମୁଥୈୟା ମୁରଲୀଧରଣ ଅଛନ୍ତି ଯିଏ ୩୦୮ ଇନିଂସରେ ଏହି କମାଲ କରିଥିଲେ।

୩ – ଫାଇଭ ଓ୍ଵିକେଟ୍ ହଲ
ଅଶ୍ଵିନ ନିଜର ଟେଷ୍ଟ କ୍ୟାରିୟରରେ ୩୩ତମ ଥର ୫ ଓ୍ଵିକେଟ୍ ହାସଲ କରିଛନ୍ତି। ସେ ସର୍ବାଧିକ ୫ ଓ୍ଵିକେଟ୍ ପ୍ରାପ୍ତ କରିବାରେ ସକ୍ରିୟ ଖେଳାଳି ହୋଇଛନ୍ତି। ଅଶ୍ଵିନ ଏହି ମାମଲାରେ ଜେମ୍ସ ଆଣ୍ଡରସନଙ୍କୁ ପଛରେ ପକାଇଛନ୍ତି। ଟେଷ୍ଟ କ୍ରିକେଟରେ ଆଣ୍ଡରସନ ୩୨ ଥର ୫ ଓ୍ଵିକେଟ୍ ହାସଲ କରିଛନ୍ତି।

୪ – ବୋଲ୍ଡ ଭାବେ ଶିକାର
ଅଫ ସ୍ପିନର ଅଶ୍ଵିନ ସର୍ବାଧିକ ବ୍ୟାଟରଙ୍କୁ ବୋଲ୍ଡ କରିବାରେ ଭାରତୀୟ ବୋଲରର ଆଖ୍ୟା ଅର୍ଜନ କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୯୫ ବ୍ୟାଟରଙ୍କୁ କ୍ଲିନ ବୋଲ୍ଡ କରିଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ ଅନିଲ କୁମ୍ବଲେଙ୍କ ନାମରେ ଥିଲା। ସେ ମୋଟ୍ ୯୪ ବ୍ୟାଟରଙ୍କୁ କ୍ଲିନ ବୋଲ୍ଡ କରିଥିଲେ।

୫ – ସବୁଠୁ ସଫଳ ବୋଲର
ଅଶ୍ଵିନ ନିଜର ପଦାର୍ପଣ ପରଠୁ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ହୋଇଛନ୍ତି। ସେ ଯେବେଠୁ ଡେବ୍ୟୁ କରିଛନ୍ତି, ତେବେଠୁ ନେଇ ଆଜି ଯାଏ ଯିଏ ବି ତାଙ୍କ ସହ ଖେଳିଛନ୍ତି, ସମସ୍ତଙ୍କଠୁ ଅଶ୍ଵିନ ଅଧିକ ଓ୍ଵିକେଟ୍ ନେଇଛନ୍ତି। ଏହି ମାମଲାରେ ଟିମ୍ ସାଉଦି ଦ୍ଵିତୀୟରେ ଅଛନ୍ତି। ଅଶ୍ଵିନ ୭୦୨ ଓ୍ଵିକେଟ୍ ହାସଲ କରିଥିବା ବେଳେ ସାଉଦି ୬୩୬ ଓ୍ଵିକେଟ୍ ନେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ