Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଘପାଳ: ରହସ୍ୟ ଘେରରେ ଭିନ୍ନକ୍ଷମ ମହିଳାଙ୍କ ମୃତ୍ୟୁ

ସମ୍ବଲପୁର(ମେଘପାଳ):ଗତକାଲି ମଧ୍ୟାହ୍ନରେ ମେଘପାଳରେ ଜଣେ ବିବାହିତ ଭିନ୍ନକ୍ଷମ ମହିଳାଙ୍କ ମୃ୍ତ୍ୟୁକୁ ନେଇ ଯୋରସୋର ଚର୍ଚା ଆଲୋଚନା ହେଉଥିଲେବି ପୋଲିସ ଘଟଣାକୁ ଅଣଦେଖା କରିବା ନେଇ ମହିଳା ସୁରକ୍ଷା ନେଇ ପୁଣି ପ୍ରଶ୍ନ ଉଠିଛି ।
ମିଳିଥିବା ସୂଚନା ମତେ ମେଘପାଳ ମିର୍ଦ୍ଧାପଡାର ସୁବୋଧ ବାର୍ଲା ନାମକ ଜନୈକ ଖ୍ରୀଷ୍ଟିଆନ୍ ସଂପ୍ରଦାୟର ବ୍ୟକ୍ତି ନିଜର ପ୍ରଥମ ସ୍ତ୍ରୀଙ୍କୁ ହରାଇବା ପରେ ମେଘପାଳର ଛନ୍ଦିଆ ମିର୍ଦ୍ଧାଙ୍କ ବାକ୍ ଶକ୍ତି ନଥିବା ଭିନ୍ନକ୍ଷମ ଯୁବତୀ ଶାନ୍ତି ମିର୍ଦ୍ଧାଙ୍କୁ ପ୍ରେମ ବିବାହ କରିଥିଲେ। ଗତକାଲି ତାଙ୍କ ରହସ୍ୟ ଜନକ ମୃତ୍ୟୁ ହୋଇଥିବା ନେଇ ଚର୍ଚା ହେବାବେଳେ ଯୁଯୋମୁରା ଭାରପ୍ରାପ୍ତ ଓଆଇସି ଏ ସଂପର୍କରେ ବୁଝୁଛୁ କହି ଘଟଣାକୁ ବାରମ୍ବାର ଟାଲି ଦେଉଛନ୍ତି। ସେପଟେ ମୃତ ମହିଳା ମାଁ ସମଲେଶ୍ବରୀ ଏସଏଜି ଗ୍ରୁପରୁ ଚାଷ କରିବା ନାମରେ ୧୦ ହଜାର ଟଙ୍କା ଋଣ ନେଇଥିଲେ । ସେହି ଟଙ୍କାକୁ ସ୍ୱାମୀ ଭିନ୍ନ ଖର୍ଚ କରିବାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଗତ ୩ ଦିନ ଧରି ବାରମ୍ବାର କଳି ଝଗଡା ହେଉଥିବା ବେଳେ ଗତ କାଲି ମଧ୍ୟାହ୍ନରେ ଏହା ତିବ୍ର ରୂପ ଧାରଣ କରିଥିଲା । ଏଭଳି ଏକ ସହସ୍ୟ ଖବର ଚାରିଆଡେ ଘୁରିବୁଲୁଥିବା ବେଳେ ଘଟଣାର ୨୪ ଘଣ୍ଟା ପୁରି ଥିଲେବି ନିଜ ପକ୍ଷରୁ କୌଣସି ଅନୁସନ୍ଧାନ କରି ନାହାଁନ୍ତି। ବରଂ ଘଟଣା ସଂପର୍କରେ ପୋଲିସକୁ ଯେତେଥର ପଚାରିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ପୋଲିସ ଏହାକୁ ଏଡାଇ ଚାଲିଛି। ସେପଟେ ନିଜ ଧର୍ମ ଅନୁସାରେ ମୃତ ମହିଳାଙ୍କ ଅତି ତରବରିଆ ଭାବେ ଗତକାଲି ଅପରାହ୍ନରେ କବର ଦିଆ ସରିଲାଣି। ଉଭୟ ସ୍ୱାମୀ ସ୍ତ୍ରୀ ମେଘପାଳ ଠାରେ ଏକ ଇଟା ଭଟାରେ କାମ କରୁଥିବା ନେଇ ଚର୍ଚା ହେଉଥିବା ବେଳେ ଘଟଣାକୁ ଚପାଇ ଦେବାକୁ ବର୍ତ୍ତମାନ ଉଦ୍ୟମ ହେଉଛି। ଭିନ୍ନକ୍ଷମ ମହିଳା କୌଣସି ରୋଗରେ ପିଡିତ ନଥିଲେ କି କୌଣସି ଚିକିତ୍ସାଳୟରେ ଚିକିତ୍ସା ପାଇଁ ଔଷଧ ମଧ୍ୟ ଖାଉନଥିଲେ । ଅନ୍ୟପଟେ ସୁବୋଧ ବାର୍ଲାର ପ୍ରଥମ ସ୍ତ୍ରୀର ଏକ ଝିଅ ସମ୍ବଲପୁରର ଏକ ସଂଖ୍ୟାଲଘୁ ପରିବାରରେ ବିବାହ କରିଥିବା ବେଳେ ଏକ ୮ ବର୍ଷର ପୁଅବି ରହିଛି। ଓଡିଶା ସରକାର ମହିଳାଙ୍କ ସୁରକ୍ଷା ସେମାନଙ୍କୁ ସଶକ୍ତ କରିବା ନେଇ ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହା କଣ ଡାହା ମିଛ କି? ରହସ୍ୟ ଘେରରେ ଭିନ୍ନକ୍ଷମ ମହିଳା ଶାନ୍ତିର ମୃତ୍ୟୁକୁ ନେଇ ଆଜି ମେଘପାଳରେ ବାଜୁଜି ଏଭଳି ବାଜା। ଏହାକୁ ନେଇ ସ୍ଥାନୀୟ ଯୁଯୋମୁରା ପୁଲିସ ବିଳମ୍ଭ ହେଲେବି କି ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ