Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପର୍ଯଟନସ୍ଥଳୀ ହୀରାକୁଦ ବନ୍ଧ ର ମୁଖ୍ୟ ରାସ୍ତା କୁ ଅଣଦେଖା l ସମ୍ବଲପୁର ମହାନଗର ନିଗମ ର ଠିକା ଦାର ପୋଷା ନୀତି

ରାଜ୍ୟ ପର୍ଯଟନ. କେନ୍ଦ୍ର ବିକାଶ ନାମରେ ସରକାର କୋଟି, କୋଟି ଟଙ୍କା ଖର୍ଚ୍ଚ କରୁ ଥିବା ବେଳେ ଭାରତ ର ପ୍ରମୁଖ ପର୍ଯଟନ ସ୍ଥଳ ହୀରାକୁଦ ବନ୍ଧ ର ମୁଖ୍ୟ ରାସ୍ତା ର ଦୁରବସ୍ଥା ନ ଦେଖିଲେ କେହି ବିଶ୍ୱାସ କରି ହେବ ନାହିଁ l ଏ ରାସ୍ତା ଦେଇ ସରକାରୀ ତାଲିମ କେନ୍ଦ୍ର, ହୀରାକୁଦ ମୁଖ୍ୟ ବନ୍ଧ, ଜନ ସ୍ୱାସ୍ଥ୍ୟ ଅଫିସ,ଗୁଜତଳ ଗ୍ରାମ ପ୍ରଭୁତି ସ୍ଥାନ ରୁ ଏବଂଶହ, ଶହ ପର୍ଯଟକ ଯିବା, ଆସିବା କରୁ ଥିବା ବେଳେ ହୀରାକୁଦ ବନ୍ଧ କତୃପକ୍ଷ, ସମ୍ବଲପୁର ମହାନଗର ନିଗମ କତୃପକ୍ଷ ଙ୍କ ଠିକାଦାର ପୋଷା ନୀତି ଯୋଗୁ ରାସ୍ତା ର ନିର୍ମାଣ, ର ଭଙ୍ଗା, ଗଢ଼ା ର ଲୁଚକାଳି ଖେଳ, ର ଶିକାର ପର୍ଯଟକ , ଅଧିବାସୀ, ମାନେ କଷ୍ଟ ଭୋଗ କରୁଛନ୍ତି l ସରକାରୀ ଅର୍ଥ ର ଦୁରୁପ ଯୋଗ, ବାଟମାରଣା,ସମସ୍ତଙ୍କୁ ଜଳ , ଜଳ ଦିଶୁଛି l ହୀରାକୁଦ ବନ୍ଧ କତୃପକ୍ଷ ପଚାଶ ଲକ୍ଷ୍ୟ ଟଙ୍କା ବ୍ୟ ୟ ରେ ଏ ପ୍ରମୁଖ ରାସ୍ତା କଂକ୍ରିଟ ରାସ୍ତା ନିର୍ମାଣ ଗତ ବର୍ଷ କରା ଯାଇ ଥିଲା, ତାର ସପ୍ତାହ ପରେ PHD. ପାଣି ପାଇପ ପାଇଁ ରାସ୍ତା ଖୋଲା ଗଲା, ଏ ଘଟଣା ପାଇଁ ସ୍ଥାନୀୟ ସମଜସେବୀ, ତଥା ସ୍ଥାନୀୟ ଆଡ଼ଭୋକେଟ, ବିକ୍ରମlଦିତ୍ୟ ଶତପଥି ବିରୋଧ କରି ବାରୁ ମାମଲା ଥାନା ପର୍ଯନ୍ତ ଗଲା ନିର୍ମାଣ ର ପ୍ରତିଶୃତି ମିଳିଲା ପରେ ରାସ୍ତା ନିର୍ମାଣ ପରେ ଆଉଥରେ ଖୋଳା ଗଲା I ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ, ଠିକାଦାର ପୋଷା ନୀତି ଯୋଗୁ, ବିକାଶ ତ ହେଉନାହିଁ, ଯନ୍ତ୍ରୀ, ଠିକାଦାର, ଙ୍କ ମଧୁ ଚନ୍ଦ୍ରିକା ଦେଖିବାକୁ ମିଳୁଛି l ଏଥିରେ ସ୍ଥାନୀୟ ଅଧିବାସୀ ମାନେ ନାହିଁ ନଥିବା ହଇରାଣ ର ଶିକାର ହେଉଛନ୍ତି l ଠିକାଦାର କିଏ? କାମ କିଏ କରୁଛନ୍ତି, କିଏ ତଦାରଖ କରୁଛନ୍ତି କିଛି ଜଣା ପଡ଼େ ନାହିଁ l ଭଲ ରାସ୍ତା କୂ ଭଙ୍ଗା ଯାଇ ନୂଆ favour ବ୍ଲକ କରା ଯାଉଛି l ଖରାପ ରାସ୍ତା କୂ ନିର୍ମାଣ ନ କରାଯାଇ ଭଲ ରାସ୍ତା କୁ ଭଙ୍ଗା ଯାଇ ନୂଆ କରାଯାଉଚିl ସମ୍ବଲପୁର ମହାନଗର ନିଗମ ର ଭଙ୍ଗା , ଗଢ଼ା ର ଖେଳ ର ଦୁର୍ନୀତି ର ତଦନ୍ତ କରିବା ପାଇଁ ସାଧାରଣ ରେ ଦାବି ହେଉଛି lଖରାପ ରାସ୍ତା ର ନିର୍ମାଣ ଶୀଘ୍ର କରିବା ପାଇଁ, ଅଧା ପନ୍ତରିଆ ହୀରାକୁଦ ବନ୍ଧ ରାସ୍ତା ସମ୍ପୂର୍ଣ କରିବା ପାଇଁ ଦାବି ହେଉଛି l ଗୁଜlତଳ ଗ୍ରାମ ର ଅଧା ନିର୍ମାଣ ରାସ୍ତା କୂ ସମ୍ପୂର୍ଣ କରିବା ପାଈଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ସମସ୍ତଙ୍କ ଜାଣିବା ପାଈଁ ଠିକାଦାର ଙ୍କ ନାମ, କାର୍ଯ୍ୟଦେଶ ର ସମ୍ପୂର୍ଣ ବିବରଣୀ ,ର ଫଳଜ,ଲଗାଇ ବାକୁ ନିଅମ ଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଲୁଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories