Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଞ୍ଚ ମାସ ହେଲାଣି ଜଳ ଯୋଗାଣ ବନ୍ଦ,ପମ୍ପହାଉସ ଘେରାଉ କଲେ ସାହି ବାସିନ୍ଦା

କିଛିଦିନ ହେଲାଣି କୋରାପୁଟ ଜିଲ୍ଲାରେ ବର୍ଷାର ପ୍ରକୋପ ଜାରି ରହିଥିଲା ବେଳେ ନାରାୟଣପାଟଣା ବ୍ଲକର ବିକ୍ରମପୁର ଠାରେ ପାନିୟ ଜଳର ସମସ୍ୟାକୁ ନେଇ ପମ୍ପହାଉସ ଘେରାଉ କରିଛନ୍ତି ଗ୍ରାମର ମହିଳା ମାନେ।ଦିର୍ଘ ପାଞ୍ଚ ମାସ ହେଲାଣି ଜଳଯୋଗାଣ ବନ୍ଦ ଥିବାରୁ
ଆଜି ହାଣ୍ଡି ବାଲ୍ଟି ଧରି ମହିଳା ମାନେ ପମ୍ପ ହାଉସ ଘେରାଉ କରି ପମ୍ପ ଚାଳକକୁ ଅଟକ ରଖିଥିବା ଦେଖିବାକୁ ମିଳିଛି।ବ୍ଲକରେ ଥିବା ପାନିୟ ଜଳ ଯୋଗାଣ କାର୍ଯ୍ୟାଳୟ ନାମକୁ ମାତ୍ର ରହିଛି।ପାଣି ସମସ୍ୟା ଥିଲେ ମଧ୍ୟ ବିଭାଗିୟ ଅଧିକାରି ମାନେ କୁଆଡେ ଚାଲି ଜାଉଛନ୍ତି ତାହା ଜଣା ପଡୁନି ବୋଲି ଗ୍ରାମବାସି କହିଛନ୍ତି।ବିକ୍ରମପୁର ଗ୍ରାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଏକ ପାନୀୟ ଜଳ ପ୍ରକଳ୍ପ ରହିଛି। ତେବେ ଏହି ପ୍ରକଳ୍ପ ଦ୍ବାରା ପ୍ରଥମେ ସମସ୍ତ ଗ୍ରାମବାସୀ ପାଣି ପାଉଥିଲେ।ପରେ ଗତ ପାଞ୍ଚ ମାସ ହେବ ଏକ ନିର୍ଦ୍ଧିଶ୍ଟ ସାହିର ପ୍ରାୟ୫୦ପରିବାର ପାନିୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଗ୍ରାମରେ ପୁରା ଜଳ ଯୋଗାଣ ବନ୍ଦ କରିବା ପାଇଁ ମହିଳା ମାନେ କହିଛନ୍ତି।ଗ୍ରାମର ସମସ୍ତ ସାହି ବାସିନ୍ଦାଙ୍କ ପାଇଁ ଏହି ପାନିୟ ଜଳ ପ୍ରକଳ୍ପ ତିଆରି ହୋଇଛି।କିନ୍ତୁ ଗୋଟିଏ ସାହିକୁ ବନ୍ଦ କରି ଅନ୍ୟ ସବୁ ସାହିକୁ ଦେବା କେତେ ଦୁର ଯଥାର୍ଥ ବୋଲି ସାହି ବାସିନ୍ଦା ପ୍ରସ୍ନ କରିଛନ୍ତି।ତେଣୁ ସରକାରଙ୍କ ଦ୍ଵାରା ନିର୍ମିତ ହୋଇଥିବା ପାନିୟ ଜଳ ପ୍ରକଳ୍ପରୁ ସମସ୍ତେ ପାଣି ପାଇବାକୁ ହକଦାର,ଯଦି ପାଣି ଦେବ ତେବେ ସମସ୍ତିଙ୍କୁ ଦିଅନ୍ତୁ ନଚେତ ବନ୍ଦ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି।ତୁରନ୍ତ ଏହି ପାତର ଅନ୍ତର ନିତି ବନ୍ଦ ନକଲେ ଆଗାମି ଦିନରେ ବ୍ଲକ କାର୍ଯ୍ୟାଳୟ ରେ ଧାରଣା ଦେବେ ବୋଲି ସାହିର ମହିଳା ଓ ପୁରୁଷ ମାନେ ଚେତାବନୀ ଦେଇଛନ୍ତି।ଉକ୍ତ ସାହିରେ ରହୁଥିବା ୫୦ ଘର ପରିବାର ପାଣି ମୁନ୍ଦାଏ ପାଉ ନ ଥିବାରୁ ନିକଟସ୍ଥ ନଳ କୂପ ଉପରେ ନିର୍ଭର କରି ବାକୁ ପଡୁଛି।ଏନେଇ ଯନ୍ତ୍ରୀ କିନ୍ତୁ ଏହାକୁ ବଡ ହାଲୁକା ଭାବେ ନେଇଛନ୍ତି।ଲୋକେ ପାନିୟ ଜଳକୁ ନେଇ ୫ ମାସ ହେଲାଣି ଡହଳ ବିକଳ ହେଉଥିବା ବେଳେ ଆଜି ଜାଏଁ ତାଙ୍କ ପାଖରେ ଖବର ନାହିଁ।ବର୍ତମାନ ସିଏ ସମସ୍ୟାର ସମାଧାନ ପାଇଁ ଚେଷ୍ଟା ଚାଲି ଥିବା କହିଛନ୍ତି।ଜାହାକୁ ନେଇ ଲୋକେ ଏବେ ଚିନ୍ତାରେ ପଡିଥିବା ବେଳେ ଆଗାମି ଦିନରେ କଣ ପଦକ୍ଷେପ ନେଉଛନ୍ତି ତାହା ଏବେ ଦେଖିବାକୁ ବାକି ରହିଛି।