ସମ୍ବଲପୁର:ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବଙ୍କ ସମ୍ବଲପୁର ଗସ୍ତକୁ ଜିଲ୍ଲା ବିଜେପି କେବଳ ବିରୋଧ କରିନି ବରଂ ଗଣତନ୍ତ୍ର ଶାସନ ବ୍ୟବସ୍ଥା ପ୍ରତି ବଡ ପ୍ରଶ୍ନ ଚିହ୍ନ ଲଗାଇଛି।
ମୁଖ୍ୟମନ୍ତ୍ରୀ ଙ୍କୁ ଗୃହବନ୍ଦୀ କରି ରାଜ୍ୟ ସାରା ବୁଲୁଛନ୍ତି ବ୍ୟକ୍ତିଗତ ସଚିବ ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି ରେଙ୍ଗାଲି ବିଧାୟକ ନାଉରି ନାୟକ।ସେହିପରି ସଚିବ ଙ୍କ କାର୍ଯ୍ୟକ୍ରମ ରେ ଆୟୋଜକ ଓ ଲୋକ ବୁହା ସାଜିଛନ୍ତି ସାଂସଦ, ମନ୍ତ୍ରୀ, ବିଧାୟକ ତୀର ମାରିଛନ୍ତି କୁଚିଣ୍ଡାର ପୁର୍ବତନ ବିଧାୟକ ରବି ନାରାୟଣ ନାୟକ।
ଏଭଳି ଅନେକ ଅଭିଯୋଗ ସହିତ ୨୧ ପ୍ରଶ୍ନ ଧରି ଭାଜପା ସରକାରୀ ପାଣ୍ଠି ରେ ସରକାରୀ ଅଧିକାରୀ କରୁଥିବା ଦଳୀୟ କାର୍ଯ୍ୟକ୍ରମକୁ ବିରୋଧ ତୀବ୍ର ବିରୋଧ କରି ଆଜି ଏକ ମିଳିତ ବିବୃତି ଗଣମାଧ୍ୟମକୁ ଜାରି କରିଛନ୍ତି। ଏପରିକି ଏକ ସାମ୍ବାଦିକ ସମ୍ମିଳନୀ କରି ପଚାରିଛନ୍ତି ୨୧ ଗୋଟି ପ୍ରଶ୍ନ ।
ନାଉରୀ ନାୟକ ରେଙ୍ଗାଲି ବିଧାୟକ ତଥା ବିଜେପି ରାଜ୍ୟ ଉପସଭାପତି, ରବି ନାରାୟଣ ନାୟକ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା କୁଚିଣ୍ଡା ପୁର୍ବତନ ବିଧାୟକ, ଗିରିଶ ପଟେଲ ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ,ଦେବେନ୍ଦ୍ର ମହାପାତ୍ର ଓ ରାମ ଚନ୍ଦ୍ର ମେହେର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
ମାନସ ରଞ୍ଜନ ବକ୍ସି କ୍ଷେତ୍ରୀୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ
ସୁଶୀଲ କୁମାର କର ଜିଲ୍ଲା ସାଧାରଣ ସମ୍ପାଦକ,ଫଣି ଭୂଷଣ ମିଶ୍ର ଜିଲ୍ଲା ଉପସଭାପତି ମିଳିତ ଭାବରେ ବିଜେଡି ସରକାର ଗଣତନ୍ତ୍ର ବ୍ୟବସ୍ଥାକୁ ଶକ୍ତ ଚାପୁଡା ମାରୁଥିବା ଅଭିଯୋଗ କରି ୫ଟି ସଚିବଙ୍କ ସମ୍ବଲପୁର ଗସ୍ତକୁ ତୀବ୍ର ବିରୋଧ କରିବ ବୋଲି ଆଜି ଖୋଲାଖୋଲି ଚେତାବନୀ ଶୁଣାଇଛନ୍ତି।
ଜଳ, ଜମି, ଜଙ୍ଗଲ, ଖଣି, ଖାଦାନ, ମାନବ ସମ୍ବଳ, ପ୍ରାଚୁର୍ଯ୍ୟ ରେ ପରିପୂର୍ଣ୍ଣ ତଥା ଉଚ୍ଚ କୋଟିର କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା, ସ୍ଥାପତ୍ୟ, ଗୌରବମୟ ଐତିହ ରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରୁଥିବା ଓଡ଼ିଶାର ଶାସନ ବ୍ୟବସ୍ଥା ବର୍ତ୍ତମାନ କଳୁଷିତ ପ୍ରାୟ । ରାଜ୍ୟ ରେ ଚାଲିଥିବା ଅଦ୍ଭୁତ ଶାସନ ବ୍ୟବସ୍ଥାକୁ ନେଇ ସମଗ୍ର ଦେଶରେ ବର୍ତ୍ତମାନ ଓଡିଶା ଏକ ମୂଖ୍ୟ ପ୍ରସଙ୍ଗ ପାଲଟିଛି।
ବିଶ୍ବ ଗଣତନ୍ତ୍ରରେ ଭାରତର ଗଣତନ୍ତ୍ର ମଜଭୂତ, ସକ୍ରିୟ, ସାଣିତ ଓ ରୁଦ୍ଧିବନ୍ତ ହେଉଥିବା ବେଳେ ଆମ ରାଜ୍ୟ ରେ ଏହାର ବ୍ୟତିକ୍ରମକୁ ବିଜେପି ଦୃଢ଼ ନିନ୍ଦା କରୁଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦୀର୍ଘ ୨୩ ବର୍ଷ ଧରି ରାଜ୍ୟରେ ନୀରକୁଂଶ ଭବେ ଶାସନ କରୁଥିବା ସରକାର ରାଜ୍ୟବାସୀଙ୍କ ଠାରୁ ଦୂରେଇ ଯାଉଛି ବୋଲି ବିଜେପି ଚେତାଇ ଦେବା ସହ ସ୍ଥାଣୁ, ଅପାରଗ, ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀ ଆଖ୍ୟାରେ ରେ ଅଳଙ୍କୃତ କରି ଏହି ସରକାରକୁ ଗଣତନ୍ତ୍ରର ହତ୍ୟାକାରୀ ବୋଲି ଦର୍ଶାଇଛି।
ଜଣେ ଅଣଓଡିଆ ସଚିବ ସ୍ତରର ଅଧିକାରୀ ମୁଖ୍ୟମନ୍ତ୍ରୀ ଙ୍କୁ ଗୃହବନ୍ଦି ରଖି ସମଗ୍ର ରାଜ୍ୟର ଶାସନ ବ୍ୟବସ୍ଥାକୁ ନିଜର ପାଦ ତଳେ ଦଳିଚକଟି ରାଜ୍ୟ ରାଜକୋଷ ହରିଲୁଟ କରି ଚାଳିଛି । ଏହା ସହିତ ଗଣତନ୍ତ୍ରର ସମସ୍ତ ସ୍ତର ଅର୍ଥାତ୍ ସାଂସଦ ଠୁଁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ, ପୌରାଧକ୍ଷ, ସରପଞ୍ଚ, କାଉନସିଲର, ସମିତିସଭ୍ୟ ଇତ୍ୟାଦି ଙ୍କ କ୍ଷମତା ଓ ସମ୍ମାନ କୁ ଅପମାନିତ କରି ନିଜର ପ୍ରଭୂତ୍ଵ ଜାହିର କରିବାରେ ଲାଳାୟିତ ହୋଇଛି ବୋଲି ବିଜେପି ୫ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ କଡା ସମାଲୋଚନା କରିଛି।
ଗତ କିଛି ମାସ ହେଲା ୫ଟି ସଚିବ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ସାଧାରଣ ସଭାମାନଙ୍କରେ ଲୋକଙ୍କୁ ଉଦବୋଧନ ଦେଉଛନ୍ତି । ତାଙ୍କ ଗସ୍ତ ପୁର୍ବରୁ କାର୍ଯ୍ୟକ୍ରମ ଆୟୋଜନରେ ରାଜ୍ୟର ବିଜେଡି ସାଂସଦ, ମନ୍ତ୍ରୀ, ବିଧାୟକ ଓ ଅନ୍ୟାନ୍ୟ ନିର୍ବାଚିତ ପ୍ରତିନିଧି ନିୟୋଜିତ ହେଉଛନ୍ତି । ଯାହାକି ଗଣତନ୍ତ୍ର, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଜନପ୍ରତିନିଧି ଙ୍କ ମୁହଁରେ ଶକ୍ତ ଚାପୁଡ଼ା ଭଳି। ରାଜ୍ୟ ରାଜକୋଷ ଅର୍ଥରେ ହେଲିକେପ୍ଟର ଯୋଗେ ବ୍ୟୟଵହୁଳ ଗସ୍ତ କରି ସରକାରୀ କାର୍ଯ୍ୟକ୍ରମ ବାହାନାରେ ଦଳୀୟ ପ୍ରଚାର କରାଯାଉଛି ଶାସନ ବ୍ୟବସ୍ଥାର ସରକରୀ କର୍ମଚାରୀ ଭାଗ ନେବା କେତେଦୂର ଯୁକ୍ତି ଯୁକ୍ତ ବୋଲି ବିଜେପି ସାରା ଶାସନ ବ୍ୟବସ୍ଥା ଉପରେ ଅଙ୍ଗୁଳି ଦେଖାଇଛି। ଯାହାକି ରାଜ୍ୟର ଗଣତାନ୍ତ୍ରିକ ମୂଲ୍ୟବୋଧ କୁ ଲଜ୍ଜିତ ଓ ଲୋକହସା କରୁଛି ।
ବିଜେପିର ଅଭିଯୋଗ ୫ଟି ସଚିବଙ୍କ ଗସ୍ତ ବ୍ୟବସ୍ଥାର ପରିପନ୍ଥି:ଗଣତନ୍ତ୍ର ପ୍ରତି ଶକ୍ତ ଚାପୁଡା
