ଗରିଆବାହାଲ ଅଙ୍ଗନବାଡ଼ି କେନ୍ଦ୍ରରେ ‘ରାଷ୍ଟ୍ରୀୟ ପୋଷଣ ଆଙ୍ଗନ ଉତ୍ସବ’ ଅନୁଷ୍ଠିତ
ଜମନକିରା : ସମ୍ବଲପୁର ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ନବମ ‘ରାଷ୍ଟ୍ରୀୟ ପୋଷଣ ଆଙ୍ଗନ ଉତ୍ସବ-୨୦୨୬’ ତିନି ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜମନକିରା ବ୍ଲକ୍ ଅନ୍ତର୍ଗତ ଫାସିମାଲ୍ ପଞ୍ଚାୟତର ଗରିଆବାହାଲ ଅଙ୍ଗନବାଡ଼ି କେନ୍ଦ୍ରରେ ଉକ୍ତ ଉତ୍ସବ ବେଶ୍ ଧୂମଧାମରେ ଅନୁଷ୍ଠିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ସୁପ୍ରଭା ପଟେଲ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ନାଏବ ସରପଞ୍ଚ ମୁକେଶ ନାୟକ, ଆଶାକର୍ମୀ ପ୍ରିୟମ୍ବଦା ପଟେଲ ଏବଂ ସହକର୍ମୀ ତରୁଲତା ପଶାୟତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଉପସ୍ଥିତ ଅଭିଭାବକ, ଅଙ୍ଗନବାଡ଼ି କର୍ମୀ, ଆଶା ଦିଦି, ସହାୟିକା ଏବଂ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଅଭିଭାବକ, ପ୍ରଥମ- ତନୟ କୁମୁରା, ଦ୍ୱିତୀୟ- ସାଗର ନିଖାଣ୍ଡିଆ, ତୃତୀୟ- ସୁନୀଲ ବରିହା ତଥା ସାମ୍ବାଦିକ ନନ୍ଦ୍ର ସାହୁଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ହରମୋହନ ପଟେଲ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଗରିଆବାହାଲ ଗ୍ରାମର ସମସ୍ତ ହିତାଧିକାରୀ ଶିଶୁ, କିଶୋର-କିଶୋରୀ ତଥା ମହିଳାମାନଙ୍କ ପାଇଁ ପୁଷ୍ଟିକର ଭୋଜନର ସୁବ୍ୟବସ୍ଥା କରାଯାଇଥିଲା। ଫାସିମାଲ ସେକ୍ଟର ସୁପରଭାଇଜର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ପରିଶେଷରେ ହରମୋହନ ପଟେଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

