ଜିଲ୍ଲା ସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦ୍ଯାପିତ
ଜମନକିରା : ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆଜି ଆନୁଷ୍ଠାନିକ ଭାବେ ଉଦ୍ଯାପିତ ହୋଇଯାଇଛି, ଯେଉଁଥିରେ ଜିଲ୍ଲାର ୯ଟି ବ୍ଲକ୍ରୁ ମୋଟ ୩୭୨ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ୫୬ ଜଣ କ୍ରୀଡ଼ା ଶିକ୍ଷକ ଓ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଉଜାଗର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁକ୍ମଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବକୀ ନାୟକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ପଟେଲ, ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ବେହେରା ଏବଂ ଅନ୍ୟାନ୍ୟ ଅତିଥିଙ୍କ ସହ ସତ୍ୟବ୍ରତ ସାହୁ, ପ୍ରକାଶ ଚନ୍ଦ୍ର ପଣ୍ଡା, ସରସ୍ୱତୀ ସେଠୀ ଓ ସୁଧାଂଶୁ ପୃଥିରାଜ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ଓ ସଂଯୋଜନାରେ ସହଯୋଗ କରିଥିଲେ। ସେହିପରି ଉଦ୍ଘାଟନୀ ଉତ୍ସବରେ ସମ୍ବଲପୁର ଜିଲ୍ଲା ବିଜେପି ଉପ-ସଭାପତି ତଥା ବିଧାୟକ ପ୍ରତିନିଧି ଦୁଷ୍ମନ୍ତ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସତ୍ୟବ୍ରତ ସାହୁଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବେ ଆଲୁମିନି ସଭାପତି ତଥା ସମାଜସେବୀ ଆଦିପ୍ରସାଦ ମହାକୁଳ, ମଣ୍ଡଳ ସଭାପତି (ଜୋନ୍-୧) ବିଜୟ ନାଏକ, ମଣ୍ଡଳ ସଭାପତି (ଜୋନ୍-୨) ମନୋଜ ମାଝୀ, ଥାନା ଅଧିକାରୀ ରଞ୍ଜନ ନାଗ, ଏବିଇଓ ଦେବକୀ ନାଏକ ଏବଂ ଡିପିଇଓ ଶ୍ରୀକାନ୍ତ ପଟେଲ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ସତ୍ୟବ୍ରତ ସାହୁ ପରିଚାଳନା କରିଥିବା ବେଳେ ସରସ୍ୱତୀ ସେଠୀ ଓ ସୁଧାଂଶୁ ପୃଥିରାଜ ସହଯୋଗ କରିଥିଲେ ଏବଂ ପ୍ରକାଶ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା—ଭଲିବଲ୍ରେ ଧନକଉଡ଼ା (ଅଣ୍ଡର-୧୭ ବାଳକ), ଜମନକିରା (ଅଣ୍ଡର-୧୭ ଓ ଅଣ୍ଡର-୧୪ ବାଳିକା) ଏବଂ ଜୁଜୁମୁରା (ଅଣ୍ଡର-୧୪ ବାଳକ) ବିଜେତା ହୋଇଥିବା ବେଳେ; ରଗ୍ବୀରେ ମାନେଶ୍ୱର ବ୍ଲକ୍ ବିଭିନ୍ନ ବର୍ଗରେ ଚାମ୍ପିଅନ୍ ହୋଇଛି। ସେହିପରି ଆଥଲେଟିକ୍ସରେ ବାମରା ବ୍ଲକ୍ (ଅଣ୍ଡର-୧୭ ବାଳକ ଓ ବାଳିକା), ମାନେଶ୍ୱର (ଅଣ୍ଡର-୧୪ ବାଳିକା) ଓ ନାକଟିଦେଉଳ (ଅଣ୍ଡର-୧୪ ବାଳକ) ଗ୍ରୁପ୍ ଚାମ୍ପିଅନ୍ ହୋଇଥିବା ବେଳେ ଏଠାରେ ସଫଳତା ପାଇଥିବା କୃତୀ ପ୍ରତିଯୋଗୀମାନେ ଆସନ୍ତା ଅକ୍ଟୋବର ୨ ତାରିଖ କେନ୍ଦୁଝର ରାଜ୍ୟ ସ୍ତରୀୟ ହେବାକୁ ଥିବା କ୍ରୀଡ଼ା ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିବେ।

