Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାପ କାମୁଡାରେ ମହିଳା ମୃତ.

ଲକ୍ଷ୍ମୀପୁର ୧୪।୦୭।୨୩ : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟି ଜାଇଛି।ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛୁ।ତାଙ୍କ ଘର କୋମ୍ଭୁଗାଣ୍ଡା ପଞ୍ଚାୟତ ଅନ୍ତର୍ଗତ ବଡମାତୁର ଗ୍ରାମରେ ଓ ତାଙ୍କ ନାମ ୱାଲସି ପୀଡ଼ିକା(୪୧) ବୋଲି ଜଣା ପଡିଛି।ଗୁରୁବାର ଅପରାହ୍ନ ୪ଟା ବେଳେ ସିଏ ନିଜ ଘର ଠାରୁ ଦୁଇ ସହ ମିଟର ଦୁର ଚାଷ ଜମୀରେ ଥିବା ନିଜର ଏକ କୁଡିଆରେ ଲିପା ପୋଛା କରୁଥିବା ବେଳେ ଏକ ସାପ ତାଙ୍କର ଡାହାଣ ହାତକୁ କାମୁଡି ଦେଇ ଘର ଭିତରେ ପସି ଜାଇଥିଲା।ମହିଳାଙ୍କ ରଡି ସୁଣି ପଡିସାରେ ରହୁଥୁବା ଲୋକେ ଦୌଡି ଜାଇ ତାଙ୍କ ପାଖରେ ପହଁଚି ସାପଟିକୁ ଖୋଜି ମାରି ଦେଇଥିଲେ।ସେହି ସମୟରେ ପ୍ରବଳ ବର୍ଷା ପବନ ହେଉଥିବାରୁ ଡାକ୍ତର ଖାନା ନେବାକୁ ବାଧା ଉପୁଜିଥିଲା।ଫଳରେ ପରିବାର ବର୍ଗ ତାଙ୍କୁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇ ନପାରି ଭଗବାନଙ୍କ ଭରଷାରେ ଛାଡି ଦେଇଥିଲେ।ବର୍ଷା ପବନ କମିବା ଭିତରେ ତାଙ୍କର ମୃତ୍ୟୁ ହୋଇ ଜାଇଥିଲା।ମହିଳାଙ୍କ ସ୍ଵାମୀ ଦାଦନ ଖଟିବାକୁ ବାହାରକୁ ଜାଇଥିବା ବେଳେ ତାଙ୍କ ଦିଅର ଆଜି ବନ୍ଧୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ବନ୍ଧୁଗାଁ ପୋଲିସ ଏକ ମାମଲା ରୁଜୁ କରି ସବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ଗସ୍ତାନ୍ତର କରିଥିଲା।ଫଳରେ ଏବେ ତାଙ୍କ ଘରେ ଶୋକାକୁଳ ପରିବେଶ ଶୃଷ୍ଟି ହୋଇଥିବା ବେଳେ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି।
ମୃତ ମହିଳାଙ୍କ ଦୁଇଟି ଝିଅ ଗୋଟିଏ ପୁଅ ମାକୁ ହରାଇ କିପରି ଚଳିବେ ତାକୁ ନେଇ ଚିନ୍ତାରେ ପଡିଥିବା ବେଳେ
ଗରିବ ଆଦିବାସି ପରିବାରଙ୍କୁ ସରକାରି ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ