Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲରେ ଅଳଂକରଣ ଉତ୍ସବ

ବରପାଲି: ବରପାଲି ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ ପରିସରରେ ଛାତ୍ର ସଂସଦ ପକ୍ଷରୁ ଅଳଂକରଣ ଉତ୍ସବ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ନିର୍ଦ୍ଦେଶିକା ସୁନିତା ମୁଣ୍ଡ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ବଳନ ମାଧ୍ଯମରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅଧ୍ୟକ୍ଷା ମଧୁସ୍ମିତା ମୁଣ୍ଡଙ୍କ ତତ୍ବାଧାନରେ ଉତ୍ସବ ପରିଚାଳିତ ହୋଇଥିଲା।ସମ୍ମାନିତ ଅତିଥି ଭାବରେ ପ୍ରଶାସନିକ ଅଧିକାରୀ ମିନତି ପ୍ରଧାନ, ଉପାଧ୍ଯକ୍ଷ ସୁଶୀଳ କୁମାର ରଥ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ସ୍ୱପ୍ନାରାଣୀ ତ୍ରିପାଠୀଙ୍କ ଦ୍ବାରା ସ୍ଵାଗତ ସମ୍ଭାଷଣ ପର୍ବ ସମ୍ପର୍ଣ୍ଣ ପରେ ମିନତି ପ୍ରଧାନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କଲା ପରେ ଋକ, ସାମ ଯଜୁଃ ଓ ଅଥର୍ବ ପ୍ରଭୁତି ଦଳମାନଙ୍କୁ ନେଇ ଛାତ୍ର ସଂସଦ ନୁତନ ଭାବରେ ଗଠିତ ହୋଇଥିଲା। ବିଦ୍ୟାଳୟ ପ୍ରିଫେଟ୍ ଆଶିଷ ମଟାରୀ, କମାଣ୍ଡର ତେଜସ୍ଵୀ ବେହେରା ସହ ଋକ୍ ଦଳର ଅଧିନାୟକ ସାହିଲ୍ ଦାଶ ଓ ଉପ ଅଧିନାୟକ ଶ୍ରଦ୍ଧା ମିତ୍ତଲ୍, ସାମ୍ ଦଳର ଅଧିନାୟକ ବିକାଶ ପଣ୍ଡା ଓ ଉପ ଅଧିନାୟକ ଆଦ୍ଯାଶା ପଣ୍ଡା,ଯଜୁଃ ଦଳର ଅଧିନାୟକ ଅନିକେତ୍ ମୁଣ୍ଡ ଓ ଉପ ଅଧିନାୟକ ଶୁଭ୍ରାଂଶୁ ସେଠ୍,ଅଥର୍ବ ଦଳର ଅଧିନାୟକ ପାୟଲ ଆଡବାଙ୍କ ଓ ଉପ ଅଧିନାୟକ ସ୍ବାଗତ ଦେବତା ପ୍ରମୁଖ ସଭ୍ୟ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା ନିର୍ଦ୍ଦେଶିକା ନବଗଠିତ ସଂସଦ ସଭ୍ୟ ମାନଙ୍କୁ ଅତିଥି ମାନଙ୍କ ଗହଣରେ ଶପଥ ପାଠ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଆଳସ୍ୟ ବର୍ଜନ ସହିତ କର୍ମତତ୍ପରତାକୁ ପାଥେୟ କରି ସୂଚାରୁ ରୂପେ ଦାୟିତ୍ୱଭାର ନିର୍ବାହ କରିବାକୁ ଅତିଥି ମାନେ ଆହ୍ବାନ ଦେଇଥିଲେ । ଅଧ୍ୟକ୍ଷା ମୁଣ୍ତ ଛାତ୍ର ପରିଷଦର ନିୟମାବଳୀ ଓ କାର୍ଯ୍ଯଶୈଳି ସଂପର୍କରେ ଅବଗତ କରାଇଥିଲେ। ବିଦ୍ୟାଳୟର ପ୍ରିଫେଟ୍ ଛାତ୍ର ଆଶିଷ ମଟାରୀଙ୍କ ସ୍ବୀକାରୋକ୍ତି ପରେ ଶିକ୍ଷକ ପୁରନ୍ଦର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ସମସ୍ତ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ।