ମନରେ ଇଚ୍ଛା ଶକ୍ତି ଓ ବିଜ୍ଞାନ ପ୍ରତି ଆଗ୍ରହ ଥିଲେ କେହି ବି ଜଣେ ଭଲ ବୈଜ୍ଞାନିକ ହୋଇ ପାରିବେ : କୁଳପତି ପ୍ରଫେସର ଦାଶ


ଗୋପାଳପୁର,୧୪/୦୭ : ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଏକ ଦିବସୀୟ ବିଜ୍ଞାନ ସଚେତନ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ବୈଠକ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ଆଇଜର ର ଡାଇରେକ୍ଟର ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଓ ସ୍ନାତ୍ତୋକତର ବିଭାଗର ମୁଖ୍ୟ ପ୍ରଫେସର ସୁଶାନ୍ତ କୁମାର ବରାଳ ଯୋଗ ଦେଇଥିଲେ । ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ଡ଼ ରାଉତ ମୁଖ୍ୟ ଅତିଥି ଓ ବକ୍ତା ଙ୍କୁ ସ୍ଵାଗତ କରି ଛାତ୍ର ଛାତ୍ରୀ ଙ୍କ ସମ୍ମୁଖରେ ପରିଚିତ କରାଇଥିଲେ । ମୁଖ୍ୟ ବକ୍ତା ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି ନିଜର ଅଭିଭାଷଣ ରେ ପ୍ରଥମେ କାର୍ଯ୍ୟକ୍ରମ ର ବିଷୟ ବସ୍ତୁ “ସମାଜକୁ ବିଜ୍ଞାନ ର ଉପହାର” ଏହା ଉପରେ ଆଲୋକ ପାତ କରାଇବା ସହ ଓ ବର୍ତ୍ତମାନ ଯୁଗରେ ବିଜ୍ଞାନ ଯୋଗୁ ହିଁ ଦେଶର ରୂପ ରେଖ ବଦଳିଛି , ଲକ୍ଷ୍ୟ ଲକ୍ଷ୍ୟ ଲୋକ ଙ୍କ ର ଜୀବନ ଶୈଳୀରେ ପରିବର୍ତ୍ତନ ଦେଖିବାକୁ ମିଳିଛି , ଅସୁବିଧା ଅନେକ ରହିଛି ସେ ସବୁର ସମାଧାନ ପାଇଁ ମଧ୍ୟ ବିଜ୍ଞାନ ହିଁ ରାସ୍ତା ବାହାର କରିଛି, ଯେତେବେଳ ସାରା ବିଶ୍ବରେ କୋରୋନା ର ପ୍ରକୋପ ଛାଇଥିଲା ବିଜ୍ଞାନ ଯୋଗୁଁ ହିଁ ଏହାର ସମାଧାନ ମିଳିପାରିଥିଲା ଓ ଏହାର ଟୀକା ଆବିଷ୍କାର ହୋଇ ପାରିଥିଲା । ୮୦୦ ବର୍ଷ ପୂର୍ବେ ଆମ ପାଖରେ ନା ବିଜୁଳି ର ସୁବିଧା ଥିଲା ନା ଇଣ୍ଟରନେଟ୍ ଓ ମୋବାଇଲ୍ ର ସୁବିଧା ଥିଲା , ବର୍ତ୍ତମାନ ଯଦି ଦେଖିବା ବିଜ୍ଞାନ ଯୋଗୁଁ ଏ ସବୁ ସମ୍ଭବ ପର ହୋଇ ପାରିଛି । ବୈଜ୍ଞାନିକ ହେବାର ପ୍ରଥମ ଯୋଗ୍ୟତା ହେଉଛି ପର୍ଯ୍ୟବେକ୍ଷଣ ଓ କୌତୁହଳ ମନୋଭାବ । ସେ ତାଙ୍କ ବକୃତା ରେ ମହାନ୍ ବୈଜ୍ଞାନିକ ମାଇକେଲ୍ ଫାରାଡ଼େ ଙ୍କ ଠୁ ନେଇ ଆଲେକଜାଣ୍ଡାର ଫ୍ଲେମିଙ୍ଗ ଓ ଥୋମାସ ଏଡିସନ୍ ଙ୍କ ବିଜ୍ଞାନ ପ୍ରତି ଥିବା ଅବଦାନ ନେଇ ମତବ୍ୟକ୍ତ କରିଥିଲେ ।ସେହିପରି ବୁଲେଟ୍ ଟ୍ରେନ୍ କୁ ମଧ୍ୟ ବିଜ୍ଞାନ ର ଅବଦାନ କହି ନିଜର ଯୁକ୍ତି ବାଢ଼ିଥିଲେ। ବିଜ୍ଞାନ ଯୋଗୁଁ ହିଁ ଆଜି ଗମନା ଗମନ ଓ ଯାତାୟତ ଏତେ ସହଜ ରେ ସମ୍ଭବ ପର ହୋଇପାରିଛି । ଏଥି ସହିତ ବିଜ୍ଞାନ କ୍ଷେତ୍ର ରେ ମହିଳାଙ୍କ ଯୋଗଦାନ ଅତୁଳନୀୟ ବୋଲି ମତ ବ୍ୟକ୍ତ କରିଥିଲେ , ମହାନ ବୈଜ୍ଞାନିକ ମାଡ଼ମ କ୍ୟୁରି ଓ ବିଭା ଚୌଧୁରୀ ଙ୍କ ର ବିଜ୍ଞାନ ପ୍ରତି ଥିବା ଅବଦାନ କୁ ଆଲୋଚନା କରିଥିଲେ।
ପରିଶେଷରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ନିଜର ଅଭିଭାଷଣ ରେ କହିଥିଲେ କି ଯେ କେହି ବି ହେଲେ ଜଣେ ଭଲ ବୈଜ୍ଞାନିକ ହେଇପାରିବ ଯଦି ମନରେ ଇଚ୍ଛା ଶକ୍ତି ଓ ବିଜ୍ଞାନ ପ୍ରତି ଆଗ୍ରହ ମୋନୋଭବ ଅଛି । ଉଦାହରଣ ଦେଇ କହିଥିଲେ ଆଜି ଯଦି ଜାପାନ ଭଳି ଦେଶ ଏତେ ବିକାଶ ଶିଳ ହୋଇପାରିଛି ଏସବୁ କେବଳ ବିଜ୍ଞାନ ଯୋଗୁଁ ହିଁ ସମ୍ଭବ ହୋଇ ପାରିଛି ।ଏହି ଏକ ଦିବସୀୟ ବିଜ୍ଞାନ ସଚେତନ କାର୍ଯ୍ୟକ୍ରମ କୁ ଡକ୍ଟର ରାଉତ ପରିଚାଳନା କରିଥିଲେ । ଶେଷରେ ପ୍ରଫେସର ଗାଙ୍ଗୁଲି ଙ୍କ ପକ୍ଷରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ।