Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଳାନ୍ୟାସକୁ ୯ ବର୍ଷ ବିତିଲା,ଶୀତଳ ଭଣ୍ଡାରରେ ପଡିଛି ବୃହତ ମାର୍କେଟ୍ ଟର୍ମିନାଲ୍ ଯୋଜନା

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ନିଲଡୁଙ୍ଗରୀ ଠାରେ ପ୍ରସ୍ଥାବିତ ବୃହତ ମାର୍କେଟ ଟର୍ମିନାଲ କାର୍ଯ୍ୟକାରି କରିବାକୁ ପୁଣିଥରେ ଦାବି ଯୋର ଧରିଛି। ସମ୍ବଲପୁର -କଲିକତା ଜାତୀୟ ରାଜପଥର ଯୁଯୋମୁରା ବ୍ଲକ୍ କବରାପାଲି ପଞ୍ଚାୟତର ନିଲଡୁଙ୍ଗରୀ ଠାରେ ପ୍ରାୟ ୬୦ ଏକର ପରିମିତ ଜମିରେ ଏକ ବୃହତ ମାର୍କେଟ ଟର୍ମିନାଲ ପିପିପି ମୁଡରେ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।ଏଥିପାଇଁ କେନ୍ଦ୍ର ସରକାର ଅନମତି ଦେବା ସହିତ ଏହାର କାର୍ଯ୍ୟକାରୀ ପାଇଁ ବଡ ଅଂଶ ଧନ ଦେବାକୁ ସେତେବେଳେ ସ୍ୱୀକୃତି ପ୍ରଦାନ କରିଥିଲେ। ଏହି ବୃହତ ମାର୍କେଟ ଟର୍ମିନାଲ୍ ନିର୍ମାଣ ହେଲେ କୃଷି ଉତ୍ପାଦିତ ଦ୍ରବ୍ୟର ରପ୍ତାନି,ବଜାରିକରଣକୁ ସହଜ କରିବା ସହିତ ଶୀତଳ ଭଣ୍ଡାର ପ୍ରଭୃତି ସୁବିଧା ସହ ପଶ୍ଚିମ ଓଡିଶାର ୧୦ ଜିଲ୍ଲା ଏଥିରେ ଉପକୃତ ହେବେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଏପରିକି ଏହି ବୃହତ ଯୋଜନା ପାଇଁ ସେତେବେଳେ ୭୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ଯିବା ପରେ ଗତ ତା.୨୮।୦୯।୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷିମନ୍ତ୍ରୀ, ସାଂସଦ, ବିଧାୟକ ପ୍ରମୁଖଙ୍କ ଉପସ୍ଥିତିରେ ଶିଳାନ୍ୟାସ କରିଥିଲେ।ଅର୍ଥାତ ଆଜିକୁ ୯ ବର୍ଷ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ପାଇଁ ଦିନେବି ଚେଷ୍ଟା କରାଯାଇନି। ବରଂ ସେହି ସ୍ଥାନରୁ ଶିଳାନ୍ୟାସ ସୂଚନା ଫଳକ ମଧ୍ୟ ହଜିସାରିଲାଣି।
ପଶ୍ଚିମ ଓଡିଶା ଚାଷୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟି କୋଣରୁ ତୁରନ୍ତ ଏହି ପ୍ରସ୍ତାବିତ ପ୍ରକଳ୍ପକୁ କାର୍ଯ୍ୟକରି କରିବାକୁ ପୁଣି ଥରେ ଦାବି ଉଠିବା ସହିତ ସମ୍ବଲପୁର ଗସ୍ତରେ ଆସୁଥିବା ଜଣ ଶୁଣାଣୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ଦାବି ପତ୍ର ଦେବାର ଯୋଜନା ରହିଛି।ସଂପ୍ରତି ପଶ୍ଚିମାଞ୍ଚଳରେ କୃଷି ଓ ଉଦ୍ୟାନକୁ ନେଇ ଯେଭଳି ସମସ୍ୟା ରହିଛି ଏହାର ସମାଧାନ ପାଇ ଏହି ପରିକଳ୍ପିତ ବୃହତ ମାର୍କେଟ୍ ଟର୍ମିନାଲ୍ ଏକ ମାତ୍ର ବିଖଳ୍ପ ବୋଲି ପଶ୍ଚିମାଞ୍ଚଳ କୃଷିବିତ୍ ମାନେ ଗୁରୁତ୍ୱ ଆରୋପ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ