ସ୍କୁଲ ରୁ ଟି ଭି ଚୋରି , ଚନ୍ଦ୍ରାୟଣ 3 ଉତକ୍ଷେପଣ ର ସିଧାପ୍ରସାରଣ ଦେଖି ନ ପାରି ନିରାଶ ହେଲେ ଛାତ୍ର ଛାତ୍ରୀ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ପଂଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁମାରକେଳି ରୁ ଟିଭି ଚୋରି ହୋଇ ଯାଇଛି l ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୫୬ ଛାତ୍ରଛାତ୍ରୀ ଏ ବିଦ୍ୟାଳୟ ରେ ଅଧ୍ୟୟନ ରତ ଥିବାବେଳେ ୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କୁ ଶିକ୍ଷାଦାନ ଦିଅନ୍ତି l ଗତ ଶନିବାର ତା ୦୮.୦୭.୨୦୨୩ ସକାଳ ଘ.12. 30ମିନିଟ ରେ ବିଦ୍ୟାଳୟ ବନ୍ଦ ବେଳକୁ ଟିଭି ଟି ଥିଲା କିନ୍ତୁ ସୋମବାର ତା ୧୦.୦୭.୨୦୨୩ ସକାଳ ୧୦ ଟା ରେ ବିଦ୍ୟାଳୟ ଖୋଲିବା ବେଳକୁ ଟିଭି ଚୋରି ହୋଇ ଯାଇଥିବା ଜଣା ପଡିଲା l ଶନିବାର କିମ୍ବା ରବିବାର ରାତିରେ କେହି ଦୁର୍ବୃତ୍ତ ବାରଣ୍ଡା ଓ ଅଷ୍ଟମ ଶ୍ରେଣୀ କକ୍ଷ ର ତାଲା ଭାଙ୍ଗି ଟିଭି ଚୋରି କରି ନେଇ ଯାଇଛି l ସରକାର ଙ୍କ ନିର୍ଦେଶ କ୍ରମେ ୨୦୨୧ ମସିହା କମ୍ପୋଜିଟ ଗ୍ରାଣ୍ଟ ରୁ ₹୨୫୦୦୦ ବ୍ୟୟ ରେ ୪୨ ଇଞ୍ଚ ବିଶିଷ୍ଟ ଏକ ଏଲଇଡ଼ି ଟିଭି କ୍ରୟ କରାଯାଇଥିଲା l ଟିଭି ଚୋରି ବିଷୟ ଜଣାପଡିବା ପରେ ପ୍ରଧାନ ଶିକ୍ଷକ ଭରତ ହରିପାଲ ତତକ୍ଷଣାତ ବିଦ୍ୟାଳୟ ପରିଚାଳନା କମିଟି ର ଜରୁରୀ ବୈଠକ ଡାକି ଏ ବିଷୟ ଜଣେଇଥିଲେ l ବୈଠକ ପରେ କମିଟି ସଭ୍ୟ ଓ ପ୍ରଧାନ ଶିକ୍ଷକ ବୀରମହାରାଜପୁର ଥାନା କୁ ଯାଇ ଏଫ ଆଈ ଆର ଦେଇଥିଲେ l ପୋଲିସ ମଧ୍ୟ ସଂଗେ ସଂଗେ ସୋମବାର ଏବଂ ମଙ୍ଗଳବାର ଦୁଇ ଦିନ ବିଦ୍ୟାଳୟ କୁ ଆସି ତଦନ୍ତ କରିଛି l ହେଲେ ଏ ପର୍ଯ୍ୟନ୍ତ ଟି ଭି ମିଳିପାରିନାହିଁ କି ଚୋର କୁ ଧରିପାରି ନାହିଁ I ବିଫଳ ହୋଇଛି ପୋଲିସ l ଅପର ପକ୍ଷ ରେ ଆଜି ସମଗ୍ର ଦେଶ ରେ ଛାତ୍ରଛାତ୍ରୀ ଚନ୍ଦ୍ରୟାନ ୩ ର ସଫଳ ଉତକ୍ଷେପଣ ର ସିଧା ସଳଖ ଦୃଶ୍ୟ କୁ ଟିଭି ମାଧ୍ୟମରେ ଦେଖିଥିବା ବେଳେ ଏ ବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ଏହାକୁ ଦେଖି ନ ପାରି ନିରାଶ ହୋଇଛନ୍ତି l ଚୋର କୁ ଶୀଘ୍ର ଧରି ବିଦ୍ୟାଳୟ ର କୁନି କୁନି ପିଲାଙ୍କୁ ନ୍ୟାୟ ଦେବା ପାଇଁ ଗ୍ରାମବାସୀ ତଥା ଜନ ସାଧାରଣ ଦାବୀ କରନ୍ତି I