Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ବାସ୍ଥ୍ଯ ସେବାକାର୍ଯ୍ଯ ବ୍ଯତିକ୍ରମକୁ ନେଇ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ସ୍ମାରକପତ୍ର

ବରପାଲି: ବିଜେପୁର ନିର୍ବାଚନ ମଣ୍ଡଳୀ ସ୍ତରିୟ ବରପାଲି , ବିଜେପୁର ଓ ଗାଇସିଲେଟ ତିନୋଟି ବ୍ଲକ ଅଚଂଳର ଡାକ୍ତରଖାନା ମାନଙ୍କରେ ରୋଗି ସେବାରେ ବ୍ଯତିକ୍ରମ ଏବଂ ନାମକୁମାତ୍ର କାର୍ଯ୍ଯକ୍ରମ ବିରୋଧରେ ବିଜେପି ପକ୍ଷରୁ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ ମାଧ୍ଯମରେ ଦାବୀ ଉଠାଇଛି।ପ୍ରତିଦିନ ବିଭିନ୍ନ ରୋଗ ଉପଶମ ଆଶାରେ ଦୂରଦୂରାନ୍ତରୁ ରୋଗୀ ମାନେ ଆସୁଥିବା ବେଳେ ଡାକ୍ତର, ବିଶେଷଜ୍ଞ ତଥା ଷ୍ଟାଫନର୍ଷଙ୍କ ଅଭାବି ଓ ସେବା କାର୍ଯ୍ଯକ୍ରମରେ ଅଭାବନିୟ ସ୍ଥିତି ଦେଖାଦେଉଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ବାଧ୍ଯ ବାଧକତାରେ ଘରୋଇ ଡାକ୍ତରଖାନା କିମ୍ବା ଜିଲ୍ଲା ଚିକିତ୍ସାକେନ୍ଦ୍ରର ଦ୍ବାରସ୍ଥ ହୋଇ ଖର୍ଚ୍ଚାନ୍ତରେ ପଡୁଛନ୍ତି। ଗତ ଉପ ନିର୍ବାଚନ ସମୟରେ ସମସ୍ତ ସିଏଚସି ଓ ପିଏଚସି ମାନଙ୍କରେ ଡାକ୍ତର ଏବଂ ସ୍ବାସ୍ଥ୍ଯକର୍ମିଙ୍କ ଭିଡ ଲାଗି ରହିଥିଲା। ନିର୍ବାଚନ ସମାପନ ପରମୁହୁର୍ତ୍ତରେ ସମସ୍ତ ବିଶେଷଜ୍ଞ ଡାକ୍ତର ମାନଙ୍କୁ ଅନ୍ୟତ୍ର ବଦଳି କରି ଦିଆଗଲା । କେନ୍ଦ୍ର ମାନଙ୍କୁ ଲୋକ ଦେଖାଣିଆ କାମ ଚଳା ଭାବରେ ଆୟୁଷ ଓ ହୋମିଓ ଡାକ୍ତର ମାନଙ୍କ ଭରସାରେ ସେବାକାର୍ଯ୍ଯ ଆଗେଇଲା। ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀମାନେ ଉପଯୁକ୍ତ ଚିକିତ୍ସା ସେବା ପାଇପାରୁ ବଂଚୁତ ହୋଇ ବହୁ ଅସୁବିଧା ଭୋଗୁଛନ୍ତି ବୋଲି ବିଜେପି ଦଳ ପକ୍ଷରୁ ଅଭିଯୋଗ ଆଣିଛି । ଏହି ପରିପେକ୍ଷିରେ ବିଜେପି ପକ୍ଷରୁ ଯୁବନେତା ତଥା ସଙ୍ଗଠକ ସୁରେନ୍ଦ୍ର ପାତ୍ର , ବରପାଲି ନଗରମଣ୍ଡଳ ସଭାପତି ପଦ୍ମଲୋଚନ ସାହୁ , ଉପସଭାପତି ଦୟାଳୁ ସାହୁ , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ମଣ୍ଡଳ ଉପ ସଭାପତି ଦିଲୀପ ଦାଶ , ସମ୍ପାଦକ ଗୁଣନିଧି ମେହେର , ଦୁର୍ଯ୍ୟୋଧନ ସାହୁଙ୍କ ସମେତ କର୍ମି ମାନେ ବରଗଡ଼ ଜିଲ୍ଲା ସିଡିଏମଓ ଙ୍କ ସହ ଆଲୋଚନା ପୂର୍ବକ ଦାବିପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ଚିକିତ୍ସାଧିକାରୀ ଅଭିଯୋଗ ସମ୍ପର୍କରେ ଆଲୋଚନା ମାଧ୍ଯମରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିବା ଦଳିୟ ନେତା ମାନେ ଜଣାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ