Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ବୈଠକ

ବରପାଲି:ବରପାଲି ବ୍ଲକ ତେଜଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷାବିଭାଗ ନିର୍ଦେଶରେ କ୍ଲଷ୍ଟର ସ୍ତରୀୟ ଏକ ବୈଠକ ହୋଇଯାଇଛି | ବୈଠକରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ,ପ୍ରଧାନଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ |ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ମିଶ୍ର ସ୍ୱାଗତ ଭାଷଣ ସହ ବୈଠକରେ ସଭାପତିତ୍ୱ କରିଥିଲେ | ତେଜଙ୍ଗ କ୍ଲଷ୍ଟର ସିଆରସିସି ସଞ୍ଜୟ କୁମାର ସାହୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଧାରରେ ପ୍ରଥମ ରୁ ତୃତୀୟ ଶ୍ରେଣୀ ଛାତ୍ର, ଛାତ୍ରୀ ସଠିକ ଦକ୍ଷତା ହାସଲ ସହ ଜ୍ଞାନର ଅଧିକାରୀ ହେବା ସମ୍ପର୍କରେ ବ୍ଯାଖ୍ଯା କରିଥିଲେ। ବୈଠକ ରେ ବରଗଡ଼ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣର ପ୍ରଶିକ୍ଷକ ତଥା ବରପାଲି ବ୍ଲକ ସଂଯୋଜକ ଗଗନ ବେହେରା ଯୋଗଦାନ କରିଥିଲେ | ପ୍ରଧାନ ଶିକ୍ଷକ,ଶିକ୍ଷୟିତ୍ରୀ ମାନଙ୍କୁ ବିଦ୍ୟାପ୍ରବେଶ ଓ ଏଫଏଲଏନ ଉପରେ ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦେଇଥିଲେ | ପରିଶେଷରେ ଅମାମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରଦୀପ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।