Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରୀନ୍ ଇଣ୍ଡିଆ ତରଫରୁ ଗୋଟିଏ ମଣିଷ ଗୋଟିଏ ଗଛ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଲକ୍ଷ୍ମୀପୁର.୧୫।୦୭ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ରେ ସବୁଜ ସୁନ୍ଦର ଲକ୍ଷ୍ମୀପୁର କାର୍ଯ୍ୟକ୍ରମ ଚଲାଇଥିବା ଗ୍ରୀନ୍ ଇଣ୍ଡିଆ ଗୃଫ୍ ତରଫରୁ ଆଜି ଲକ୍ଷ୍ମୀପୁର ବଜାର ଠାରେ ଗୋଟିଏ ମଣିଷ ଗୋଟିଏ ଗଛ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଜାଇଛି।ଏହି କାର୍ଯ୍ୟକ୍ରମରେ ୫୦ଟି ନିମ୍ବ ଓ ୫୦ଟି ପିସ୍ତା ବାଦାମ୍ ଚାରା ଶହେ ଜଣଙ୍କୁ ମାଗଣାରେ ବଣ୍ଟନ କରାଜାଇଛି।ସେସବୁ ଚାରା ନିଜ ନିଜ ଜମି ରେ ଲଗାଇବା ସକାଶେ କୁହାଯାଇଛି ।ତାର ରକ୍ଷଣା ବେକ୍ଷଣ ମଧ୍ୟ ନିଜେ କରିବେ ବୋଲି ମଧ୍ୟ ସଚେତନ କରାଜାଇଛି।ଏହି ଚାରା ବଣ୍ଟନ କାର୍ଯ୍ୟକ୍ରମରେ ଗୃଫ୍ ର ମୁଖ୍ୟ ଗୋପେଶ୍ଵର ଗରଡାଙ୍କ ସମେତ ପୁର୍ବତନ କୋରାପୁଟ ସାଂସଦ ଝିନ୍ନ ହିକକା,କୌଶଲ୍ୟା ହିକକା,ଶଙ୍କର ସାଉନ୍ତା ପ୍ରମୁଖ ଉପସ୍ଥିତ ଥିବା ବେଳେ ସୁବାସ ମାଝି,ଚୌବନ ଖସଲା ସମସ୍ତ ପ୍ରକାର ସହଯୋଗ କରିଥିଲେ।କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଗତ ୩୦ ବର୍ଷ ତଳେ ସବୁଜ ହୋଇ ରହିଥିଲା।ଯେଉଁ ଆଡେ ଆଖି ବୁଲାଇଲେ ଜଙ୍ଗଲ ହିଁ ଜଙ୍ଗଲ ଦେଖିବାକୁ ମିଳୁଥିଲା ,ଏବେ କିନ୍ତୁ ତାର ବିପରିତ ନଜରକୁ ଆସିଛି।ଯେଉଁ ଆଡେ ଅନାଇଲେ ଲଣ୍ଡା ପାହାଡ ,ନଚେତ ନିଳଗିରି ଗଛ ଛଡା ଆଉ କିଛି ଦୃଶ୍ୟମାନ ହେଉନାହିଁ।ସଚେତନର ଅଭାବ ସହ ନୂତନ କଳ କାରଖାନା, ଘର ଦ୍ଵାର ନିର୍ମାଣରେହିଁ ଅଧା ଜଙ୍ଗଲ ସଫା ହେଇଗଲାଣି ,ଫଳରେ ଅଞ୍ଚଳରେ ଜଳବାୟୁ ପରିବର୍ତନ ଦେଖା ଦେଇଛି।ଜାହାର ସିଧା ପ୍ରଭାବ ଆମ ପରିବେଶ ଉପରେ ପଡିଛି।ଜାହାକୁ ନେଇ ବହୁ ଦିନ ହେଲାଣି ଗ୍ରୀନ୍ ଇଣ୍ଡିଆ ଗୃପ ଚାରା ରୋପଣ କାର୍ଯ୍ୟ ଆରମ୍ଭ କରିଛି।ଅଞ୍ଚଳକୁ ସବୁଜ ସୁନ୍ଦର କରିବା ଲକ୍ଷରେ ପ୍ରତ୍ୟେକ ପାହାଡିଆ ଜମି,ରାସ୍ତା କଡରେ ଗୃଫ୍ ତରଫରୁ ଚାରା ରୋପଣ କାର୍ଯ୍ୟ ଯାରି ରଖା ଜାଇଛି।ଖାଲି ଚାରା ରୋପଣ ନୁହଁ ତାର ରକ୍ଷଣା ବେକ୍ଷଣ ମଧ୍ୟ ଗୃଫ୍ ର ସଦସ୍ୟ ମାନେ ହାତକୁ ନେଇଛନ୍ତି।ଶ୍ରୀଯୁକ୍ତ ଗରଡା ସମସ୍ତ ଚାରା ଭୁବନେଶ୍ଵରରୁ ନିଜ ଟଙ୍କା ଖର୍ଚ କରି କିଣି ଆଣୁଥିବା ଵେଳେ ଏଜାଏଁ ତାଙ୍କୁ କିନ୍ତୁ ବନ ବିଭାଗ ତରଫରୁ କୌଣସି ସାହାଯ୍ୟ ମିଳୁନଥିବା ଜଣା ପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ