Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ରେ ବନ ମହୋତ୍ସବ ପାଳିତ।

ଗୋପାଳପୁର ,୧୫/୦୭, ଗୋଳନ୍ଥରା ସ୍ଥିତ ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ଆଜି ବନ ମହୋତ୍ସବ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ କନିଷି ତହସିଲଦାର ପ୍ରଳୟାନନ୍ଦ ଶତପଥୀ, ଅତିରିକ୍ତ ଆରକ୍ଷୀ ପ୍ରଭାରୀ ଅସୀମ କୁମାର ପଣ୍ଡା, ଆଇପିଏସ ଅଧିକାରୀ ଅଙ୍କିତ କୁମାର ବର୍ମା, ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ମହାନ୍ତ ଯୋଗଦେଇ ପରିବେଶ ର ମୂଳରେ ବୃକ୍ଷ ର ଭୂମିକା ବିଷୟ ରେ ଆଲୋକପାତ କରିଥିଲେ। ପରେ ଅତିଥି ମାନେ କଲେଜ ପରିସର ରେ ବୃକ୍ଷ ରୋପଣ କରିଥିବା ବେଳେ, ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ “ଗୋଟିଏ ବିଦ୍ୟାର୍ଥୀ – ଗୋଟିଏ ଗଛ” ଯୋଜନା ରେ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବୃକ୍ଷ ରୋପଣ କରିଥିଲେ। ଏଆଇସିଟିଇ ର ଏ କାର୍ଯ୍ୟକ୍ରମ ଅନୁଯାୟୀ, ଜଣେ ବିଦ୍ୟାର୍ଥୀ ପ୍ରତି ବୃକ୍ଷ ରୋପଣ ପିଛା ୨୦ ପଏଣ୍ଟ ପାଇପାରିବ, ତଥା ଏହାର ଲକ୍ଷ୍ୟ ଦେଶ ସାରା ଅନ୍ୟୁନ ଏକ କୋଟି ଦୃମ ରୋପଣ କରିବା ରହିଛି। ଡ଼ ସବ୍ୟସାଚୀ ରଥ (ଡିନ) ତତ୍ତ୍ୱାବଧାନ ଓ ପ୍ରଫେସର ନୃସିଂହ ଚରଣ ତ୍ରିପାଠୀ ଙ୍କ ନେତୃତ୍ୱ ରେ ଏନ ଏସ ଏସ ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ ।ସୁରେଶ ମହାପାତ୍ର, ଡ଼ ପ୍ରୀତିରଞ୍ଜନ ସାହୁ, ଡ଼ ସୁବ୍ରତ ଭୂୟାଁ, ଡ଼ ସୁଶାନ୍ତ ସାହୁ, ଶ୍ରୀ ମୁନା ମହାନ୍ତି, ଶ୍ରୀ ଶରତ ଜେନା, ଶ୍ରୀ କେଦାର ନାଥ ଦାସ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଏନ ଏସ ଏସ ର ଛାତ୍ର ଛାତ୍ରୀ ପ୍ରତିଭା ଭାରତୀ, ଏଲିନା , ସୋନୁ ରାଜ, ସନତ, ସ୍ୱରୂପ, ନନ୍ଦିନୀ, ଆଧ୍ୟାନଶୁ ଅମରଜ୍ୟୋତି ନାୟକ, ଅଙ୍କିତ କୁମାର, ଅଷାରାଣି ନାୟକ, ଆଶ୍ରିତା, ହର୍ଷିତ, ନାଗI ସାଇ, ଦିଷାଂଶୀ, ସଞ୍ଜନା, ବିଜୟ କୁମାର, ରୁଦ୍ର ପ୍ରମୁଖ ସହଯୋଗ କରିଥିଲେ I