Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାର୍ଯ୍ୟାଳୟ ରାସ୍ତାରେ ଟ୍ରାଫିକ ସମସ୍ୟା….ଦୃଷ୍ଟିପଡୁନି ସରକାରୀ ଅଧିକାରୀ ବାବୁମାନଙ୍କୁ…

ଲକ୍ଷ୍ମୀପୁର.୧୫।୦୭ ଲକ୍ଷ୍ମୀପୁର ନୁଆ ବସଷ୍ଟାଣ୍ଡ ଠାରୁ ବ୍ଲକ କାର୍ଯ୍ୟାଳୟ ସମୁଖ ଦେଇ ନୁଆ ସାହି ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଦେଖା ଦେଉଛି।ଗୋଟିଏ ପଟେ ରାସ୍ତା ଅବସ୍ଥା ଶୋଚନିୟ ହୋଇ ପଡିଥିବା ବେଳେ ଟ୍ରାଫିକ୍ ସମସ୍ୟା ଏବେ ଲୋକଙ୍କ ଚିନ୍ତାକୁ ବଢାଇ ଦେଇଛି।ଦୈନିକ ସେହି ରାସ୍ତାରେ ହାଇଓ୍ଵା,ବାଲି ଟ୍ରକ୍,ବାଲି ଟ୍ରାକ୍ଟର୍ ଭଳି ଭାରି ଯାନ ସହ ସ୍କୁଲ ବସ୍ ଯାତାୟତ କରୁଥିବା ବେଳେ ରାସ୍ତାରେ ଚାଲିକି ଜାଉଥିବା ଲୋକଙ୍କ ଜୀବନ ପ୍ରତି ପ୍ରତିମୁହୁର୍ତ ରେ ବିପଦ ଦେଖା ଦେଇଛି।ଖାଲି ସେତିକି ନୁହଁ ଉକ୍ତ ରାସ୍ତା ରେ ବ୍ଲକ କାର୍ଯ୍ୟାଳୟ,କୃଷି ବିଭାଗ କାର୍ଯ୍ୟାଳୟ,ପଞ୍ଚାୟତ କାର୍ଯ୍ୟାଳୟ,ସମନ୍ଵିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ,ପୋଷ୍ଟଅଫିସ୍,ପାନିୟ ଜଳ ଯୋଗାଣ କାର୍ଯ୍ୟାଳୟ,
ଉଠା ଜଳସେଚନ କାର୍ଯ୍ୟାଳୟ ସମେତ ଗୋଟିଏ ସରକାରି ଓ ଗୋଟିଏ ବେସରକାରି ବିଦ୍ୟାଳୟ ମଧ୍ୟ ରହିଚି।ବିଦ୍ୟାଳୟକୁ ସେହି ରାସ୍ତାରେ ଦୈନିକ ଶତାଧିକ ଛାତ୍ର ଛାତ୍ରୀଙ୍କ ସମେତ ସରକାରି କର୍ମଚାରି ମାନେ ଜାତାୟତ କରନ୍ତି। ରାସ୍ତା କଡରେହିଁ ମଟର ସାଇକଲ,ପାସେଞ୍ଜର ଅଟୋ ଗାଡି ପାର୍କିଙ୍ଗ କରା ଜାଉ ଥିବାରୁ ସବୁଠୁ ବେସି ସମସ୍ୟା ଉପୁଜୁଛି। ଏସବୁ କାର୍ଯ୍ୟାଳୟକୁ ଆସୁଥିବା ଛୋଟ ବଡ ଯାନବାହାନ ଅସୁବିଧାର ସମୁଖିନ ହେଉଛନ୍ତି।ଦିନ ସାରା ଅଧିକାଂସ ସମୟରେ ଟ୍ରାଫିକ ସମସ୍ୟା ଦେଖା ଦେଇଥାଏ।ଖାଲି ସେତିକି ନୁହେଁ ଦୁଇଟି ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀଙ୍କ ଜୀବନ ପ୍ରତି ପାଦେ ପାଦେ ବିପଦ ଘେରି ରହିଛି।ତେଣୁ ଏହି ସମସ୍ୟା ପାଇଁ ଆଗକୁ କିଛି ବଡ ଧରଣର ଅଘଟଣ ଘଟିବା ପୁର୍ବରୁ ବ୍ଲକ ପ୍ରଶାସନ ଓ ତହସିଲ୍ ବିଭାଗ ଦୃଷ୍ଟି ପଡିବା ନିହାତି ଦରକାର ବୋଲି ସାଧାରଣରେ ମତ ପ୍ରକାସ ପାଇଛି।ରାସ୍ତା ପ୍ରସସ୍ତିକରଣ କରାନଗଲେ ଏମିତି ହିଁ ସବୁବେଳେ ଅସୁବିଧା ସମ୍ମୁଖିନ ହେବାକୁ ପଡିବ ବୋଲି ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ