Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

5 ଟି ସଚିବ ଙ୍କ ରେଙ୍ଗାଲି ଗସ୍ତ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଗସ୍ତ କରିଛନ୍ତି 5 ଟି ସଚିବ ଭି କେ ପାଣ୍ଡିଆନ। ଶନିବାର ଦିନ 5 ଟି ସଚିବ ରେଙ୍ଗାଲି ବ୍ଲକ ର ଖିଣ୍ଡା ଓ ରେଙ୍ଗାଲି ଗସ୍ତ କରିଛନ୍ତି। ପ୍ରଥମେ ହେଲକେପ୍ଟର ଯୋଗେ 5 ଟି ସଚିବ ରେଙ୍ଗାଲି ବ୍ଲକ ଖିଣ୍ଡା ଗ୍ରାମ କୁ ଯାଇ ବୀର ସୁରେନ୍ଦ୍ର ସାଏ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ବୀର ସୁରେନ୍ଦ୍ର ସାଏ ଙ୍କ ଦାୟାଦ ଙ୍କୁ ଭେଟିଥିଲେ। ଗ୍ରାମବାସୀ ଙ୍କ ପାଖରୁ ବିଭିନ୍ନ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଏହି ଅବସରରେ ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ପକ୍ଷରୁ 5 ଟି ସଚିବଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଖିଣ୍ଡା ରୁ 5 ଟି ସଚିବ ବାହାରି ରେଙ୍ଗାଲି ମିନି ଷ୍ଟାଡିୟମ କୁ ଆସିଥିଲେ। 5 ଟି ସଚିବ ଙ୍କୁ ଭେଟିବା ପାଇଁ ରେଙ୍ଗାଲି ରେ ହଜାର ହଜାର ସଂଖ୍ୟା ରେ ଜନ ସମାଗମ ହୋଇଥିଲା। ରେଙ୍ଗାଲି ରେ 5 ଟି ସଚିବ ଙ୍କୁ ରେଙ୍ଗାଲି ବ୍ଲୋକ ର ବିଭିନ୍ନ ପଂଚାୟତ ରୁ ଆସିଥିବା ଲୋକଙ୍କ ପାଖରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଖୁବ ଶୀଘ୍ର ଏହି ଦାବି ଗୁଡିକ ପୁରା କରାଯିବ ବୋଲି କହିଥିଲେ। ନବୀନ ସରକାର ଙ୍କ ବିଭିନ୍ନ ଯୋଜନ ଯେମିତି ମିଶନ ଶକ୍ତି, ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା, କାଳିଆ ମେଧା ବୃତ୍ତି ଯୋଜନା, ବିଷୟରେ ଲୋକଙ୍କୁ ବୁଝାଇଥିଲେ। 5 ଟି ସଚିବ ଙ୍କ ସେଲ୍ଫି ନେବା ପାଇଁ ଲୋକଙ୍କ ମଧ୍ୟରେ ବହୁ ଉତ୍ସାହ ଥିବାର ଦେଖା ଯାଇଥିଲା। ଏହି ଅବସରରେ ସମ୍ବଲପୁର ଡି ଆଇ ଜି ଦିପକ କୁମାର, ଜିଲ୍ଲାପାଳ ଅନନ୍ୟା ଦାସ, ଏସ ପି ମୁକେଶ ଭାମୁ, ସବ କଲେକ୍ଟର , ରେଙ୍ଗାଲି ତହସିଲଦାର, ବିଡ଼ିଓ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ