Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନିଷି ସ୍ଥିତ ମହାଲକ୍ଷ୍ମୀ ଏଣ୍ଟରପ୍ରାଇଜସ ଦୋକାନ ରେ ସଟସର୍କିଟରୁ ଅଗ୍ନିକାଣ୍ଡ,୨୫ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ସାମଗ୍ରୀ ନଷ୍ଟ।

ଗୋପାଳପୁର,୧୫/୦୭, ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ରେ ରହିଥିବା ମହାଲକ୍ଷ୍ମୀ ଏଣ୍ଟରପ୍ରାଇଜସ ରେ ଶୁକ୍ରବାର ରାତିରେ ସଟସର୍କିଟ ଘଟି ଲକ୍ଷାଧିକ ଟଙ୍କା ର ସାମଗ୍ରୀ ପୋଡ଼ି ଯାଇଥିବା ଜଣାପଡିଛି।ସବୁଦିନ ପରି ମହାଲକ୍ଷ୍ମୀ ଏଣ୍ଟରପ୍ରାଇଜସ ର ମାଲିକ ଟୁନା ବିଷୋୟୀ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ। ହଠାତ ରାତିରେ ଦୋକାନ ପରିସରରୁ ଧୂଆଁ ବାହାରୁଥିବା ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ଦୋକାନ ଖୋଲିବା ସମୟରେ ଦୋକାନ ପରିସରରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସଫଳ ନହେବାରୁ କନିଷି ଅଗ୍ନିଶମ ବିଭାଗ କୁ ଜଣାଇଥିଲେ। କନିଷି ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।କିନ୍ତୁ ସେହି ସମୟରେ ମଧ୍ୟରେ ଦୋକାନ ପରିସରରେ ଥିବା ପ୍ଲାଇ ଉଡ ସହ ଅନ୍ୟାନ୍ୟ କାଠ ସାମଗ୍ରୀ ପ୍ରାୟ ୨୫ ଲକ୍ଷ୍ୟ ଟଙ୍କା ର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିବା ଶ୍ରୀ ବିଷୋୟୀ ଜଣାଇଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories