ସମ୍ବଳ ପରିବାରର ଅନ୍ତିମ ସଂସ୍କାର

ସମ୍ବଲପୁର:ଅନ୍ତିମ ସଂସ୍କାର ପାଇଁ କାମ କରୁଥିବା ସମ୍ବଳ ପରିବାର ପୁଣି ତାର ମହାନୁଭବତାର ପରିଚୟ ତୋଳିଛି।ବରଗଡ ଜିଲ୍ଲା ତଳିପଡ଼ାଗ୍ରାମ ର ବିରଞ୍ଚି ବରିହା (୫୫) ଗତ ୫ତାରିଖରୁ ବୁର୍ଲା ମେଡିକାଲ୍ ମେଡିସିନ ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ l ଗତକାଲି ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହେବାପରେ ସମ୍ବଳ ପରିବାରକୁ ଖୋଜା ପଡିଥିଲା। ବିରଞ୍ଚି ବରିହା ଙ୍କର ପୁଅ ଝିଅ କେହି ନାହାନ୍ତି।ବିରଞ୍ଚି ପେଶାରେ ଜଣେ ଡ୍ରାଇଭର l ତାଙ୍କ ସ୍ତ୍ରୀ ରିନା ବରିହା (୫୦) ତାଙ୍କ ସ୍ଵାମୀ ର ଶବ କୁ ତାଙ୍କ ଗ୍ରାମକୁ ନେଇ ଶବ ସତ୍କାର ପାଇଁ ସକ୍ଷମ ନ ଥିଲେ l ବୁର୍ଲାରେ କାର୍ଯ୍ୟରତ ନାରାୟଣ ପ୍ରଧାନ ଏହି ଖବର ସମ୍ବଳ ପରିବାରକୁ ଦେଇଥିଲେ l ବିରଞ୍ଚିଙ୍କ ସ୍ତ୍ରୀ ରିନା ବରିହାଙ୍କ ଲିଖିତ ଅନୁରୋଧ କ୍ରମେ ସମ୍ବଳର ରାମଦାସ ପଣ୍ଡା, ମୁକେଶ ବିଶି ଏବଂ ନାରାୟଣ ପ୍ରଧାନ କମଲିବଜାର ସ୍ଥିତ ରାଜଘାଟରେ ଅନ୍ତିମ ସଂସ୍କାର କରିଥିବା ବେଳେ ରିନା ବରିହା ମୁଖlଗ୍ନୀ ଦେଇଥିଲେ l