Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଲୁ ଆକ୍ରମଣରେ ବାପ ମୃତ, ପୁଅ ଗୁରୁତର, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଖଡ଼ିଆଳ: ନୂଆପଡା ଜିଲ୍ଲା କୋମନା ସ୍ଥିତ ବିଜାଖମନ ଜଙ୍ଗଲ ଭିତରେ ବାପ ପୁଅଙ୍କୁ ଭାଲୁ ଆକ୍ରମଣ, ଆକ୍ରମଣରେ ବାପର ମୃତ୍ୟୁ ହୋଇଥିବା ବେଳେ ପୁଅକୁ ଗୁରୁତର ଅବସ୍ଥାରେ ନୂଆପଡା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି, ଖବର ଅନୁଯାୟୀ ଆଜି ସକାଳ ଆଠଟା ସମୟରେ ଘନଶ୍ୟାମ ପଟେଲ(୭୦) ଶୌଚ ପାଇଁ ଯାଇଥିବା ବେଳେ ଭାଲୁଟି ଆକ୍ରମଣ କରିଥିଲା । ବାପକୁ ଭାଲୁ ଆକ୍ରମଣ କରିଥିବାର ଦେଖି ପୁଅ ଚୈତୁ ପଟେଲ (୩୫) ଭାଲୁକୁ ଘଉଡ଼େଇବା ପାଇଁ ଚେଷ୍ଟା କରିଥିଲେ ଏହି ସମୟରେ ଭାଲୁଟି ତାଙ୍କୁ ବି ଆକ୍ରମଣ କରିଥିଲା, ବାପ ପୁଅଙ୍କ ଚିତ୍କାର ଶୁଣି ବିରୁନପଦର ଗ୍ରାମବାସୀ ବିଜାଖମନ ଜଙ୍ଗଲକୁ ଆସି ତାଙ୍କୁ ଉଦ୍ଧାର କରିଥିଲେ l ହେଲେ ବୃଦ୍ଧଙ୍କୁ ଭାଲୁ ଆକ୍ରମଣ କରି ମାରି ଦେଇଥିଲେ । ପୁଅଙ୍କୁ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ପଠେଇ ଥିବା ବେଳେ ବୃଦ୍ଧ ବାପର ମର ଶରୀରକୁ ୩୫୩ ଜାତୀୟ ରାଜପଥରେ ରଖି ବିରୁନପଦର୍ ଗାଁର ଲୋକେ ରାସ୍ତା ଅବରୋଧ କରିଛନ୍ତି ।ଯେ ପର୍ଯ୍ୟନ୍ତ ଭାଲୁ ଧରା କୁ ନ ଯାଏ ସେ ପର୍ଯ୍ୟନ୍ତ ରାସ୍ତା ଅବରୋଧ ରହିବା ବୋଲି ଜିଦ୍ ଧରିଛନ୍ତି। ଘଟଣା ସ୍ଥଳେ ରେ ଜଙ୍ଗଲ କର୍ମଚାରି ,ପ୍ରଶାସନ ଅଧିକାରୀ ପହଂଚି ବୁଝାଇଥିଲେ ମଧ୍ୟ ସେ ମାନେ ବୁଝିବା ପାଇଁ ନାରାଜ ।ପରେ ଘଟଣା ସ୍ଥଳେରେ ଖଡ଼ିଆଳ ଡିଏଫଓ ମଧ୍ୟ ପହଂଚି ଲୋକଙ୍କୁ ବୁଝା ସୁଝା କଲେ ମଧ୍ୟ ସେମାନେ ତାଙ୍କ ଜିଦରେ ଅଟଳ ରହିଛନ୍ତି । ପ୍ରଥମେ ଭାଲୁକୁ ଧର ତା ପରେ ରାସ୍ତା ଅବରୋଧ ରୁ ହଟିବୁ ବୋଲି କହିଛନ୍ତି ଗ୍ରାମବାସୀ । ଅକାଳରେ ବୃଦ୍ଧର ଜୀବନ ଗଲା ସେଥି ପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରିଛନ୍ତି। ଏବେ ମଧ୍ୟ ସ୍ଥିତି ଲାଗି ରହିଛି, କଣ ପଦକ୍ଷେପ ନେଉଛି ପ୍ରଶାସନ ଦେଖିବାକୁ ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ