ବିଜୁ ଭବନ ଓ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ଦାବିପତ୍ର

ସମ୍ବଲପୁର: ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ସମ୍ବଲପୁର ପୁଟିବନ୍ଦ ସ୍ଥିତ ବିଜୁ ସ୍ମୃତି କମିଟିର ଉନ୍ନତି କରଣ ନିମନ୍ତେ ଯଥା ବିଜ୍ଜୁ ଭବନ ନିର୍ମାଣ,ଷ୍ଟେଜ ନିର୍ମାଣ, ଶିଶୁ ଉଦ୍ୟାନ ଓ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ଚିଠି ମାଧ୍ୟମରେ ବିଜୁ ସ୍ମୃତି କମିଟିର ସମ୍ପାଦକ- ଦୁଲାଲ ଚନ୍ଦ୍ର ରାୟ, ଆବାହକ- ପ୍ରଶାନ୍ତ ଥାପା, ଉପସଭାପତି- ସତ୍ୟେନ୍ଦ୍ର କୁମାର ଦାସ ତଥା କମିଟିର ଉପଦେଷ୍ଟା-ଶ୍ରୀ ସଞ୍ଜୟ କୁମାର ବାବୁ, ଅଶୋକ କୁମାର ସେନାପତି, ପ୍ରଫୁଲ୍ଲ କୁମାର ଦାଶ ଉପସ୍ଥିତିରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।