Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆରମ୍ଭ ହେଲା ୫ଜି,ଘର ଭିତରେ ୪ଜି ହୋଇଗଲା ସ୍ବପ୍ନ..ଗ୍ରାହକ ଙ୍କୁ ଜିଓ ନେଟୱର୍କ ଠକୁଥିବା ର ଅଭିଯୋଗ….

ଲକ୍ଷ୍ମୀପୁର ୧୬.୦୭ ….କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ରେ ଗତ କିଛିଦିନ ହେଲା ଜିଓ ନେଟୱର୍କ ର ୫ଜି ସେବା ଆରମ୍ଭ କରାଯାଇଛି।ଜିଓ ନେଟୱର୍କ ଏଥିପୁର୍ବରୁ ୪ଜି ସେବା ଲକ୍ଷ୍ମୀପୁର ସମେତ ଏହାର ଆଖପାଖ ଅଞ୍ଚଳରେ ପ୍ରଦାନ କରୁଥିଲା।ଜିଓ ନେଟୱର୍କ ପ୍ରାୟ କୋରାପୁଟ ରୁ ରାୟଗଡା ୧୧୦ କିଲୋମିଟର ପରଧି ମଧ୍ୟରେ ସମସ୍ତ ସ୍ତାନରୁ ଆସୁଥିବା କାରଣରୁ ଲୋକେ ଅନ୍ୟନେଟୱର୍କ କୁ ଛାଡି ଜିଓ ନେଟୱର୍କ ଉପରେ ପରିବର୍ତନ କଲେ,କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହାକି ବର୍ତମାନ ଅନ୍ୟ ନେଟୱର୍କ ଗୁଡିକ ଭଲ ସେବା ପ୍ରଦାନ କରୁଥିବା ବେଳେ ଜିଓ ନେଟୱର୍କ ଲୋକଙ୍କୁ ଠକୁଥିବା ଲକ୍ଷ୍ମୀପୁର ର ମନୋଜ ସାହୁ,ମଣ୍ଟି ଖରା,ପବିତ୍ର ସାଉଁନ୍ତା,ଭକ୍ତ ଖରା ଙ୍କ ସମେତ ଅନେକ ଜିଓ ଗ୍ରାହକ ଅଭିଜୋଗ କରିଛନ୍ତି।ଦିନ ଥିଲା ଜିଓ ନେଟ୍ ୱର୍କ ବିଭିନ୍ନ ପ୍ରକାର ଅଫର ଗୁଡିକ ପ୍ରଦାନ କରିବା ଯୋଗୁଁ ଲୋକେ ବିଭିନ୍ନ ପ୍ଲାନ୍ ଗୁଡିକ ଭଲ ଅଛି ଭାବି ଅନ୍ୟ ନେଟ୍ ୱର୍କ ରୁ ଜିଓନେଟ୍ ୱର୍କ କୁ ଆପଣାଇ ଥିଲେ,ଦିନଥିଲା ୧୯୯ ଟଙ୍କା ରିଚାର୍ଜ୍ କଲେ ୩ମାସ ଟକ୍ ଟାଇମ୍ ଜିଓ ତରଫରୁ ମିଳୁଥିଲା,ବର୍ତମାନ ତାହା ୮୪ ଦିନରେ ସିମିତ କରାଯାଇ ୬୫୯ ଟଙ୍କା କୁ ବୃଦ୍ଦି କରାଯାଇଛି,ସେହିପରି ପ୍ରତ୍ୟକ୍ ପ୍ଲାନ୍ ରେ ଅହେତୁକ ଦର ବୃଦ୍ଦି କରାଯାଉଥିଲେ ମଧ୍ୟ ସରକାର କାହିଁକି ଏଥିରେ ହସ୍ତକ୍ଷେପ କରୁନାହାଁନ୍ତି ବୋଲି ସାଧାରଣରେ ଅଭିଯୋଗ କରାଯାଇଛି।ଜିଓନେଟୱର୍କ ଏକ ଘୋରଇ କମ୍ପାନି ହୋଇଥିଲେ ସୁଧା ସରକାର ଙ୍କ କତୃତ ରେ କଣ ନଥିବ କି ବୋଲି ଲୋକଙ୍କ ମନରେ ଉଙ୍କି ମାରୁଛି।ବର୍ତମାନ ଜିଓ ୫ଜି ସେବା ଟ୍ରାଏଲ୍ ବେସିସ୍ ରେ ଅନଏୟାର୍ କରାଯାଇଥିବା ବେଳେ ଅନେକ ଗ୍ରାହକ ୫ଜି ସେବା ଫୋନ୍ ମଧ୍ୟ ଖରିଦ୍ କରିନାହାଁନ୍ତି,ଯେଉଁ ମାନେ ୪ଜି ସେବାର ମୋବାଇଲ୍ ସେଟ୍ ବ୍ୟବହାର କରୁଛନ୍ତି ସେମାନେ ମଧ୍ୟ ଜିଓନେଟ୍ ୱର୍କ ଆଗଭଳି ଆଉ ଆସୁନାହିଁ ବୋଲି କହୁଛନ୍ତି।ଯୁଗ ପରିବର୍ତନ ସହ ୫ଜି ସେବାକୁ ସ୍ବାଗତ ବୋଲି ଅନେକ ଗ୍ରାହକ ପ୍ରକାଶ କରିଥିବା ବେଳେ ଜିଓ ନେଟୱର୍କ ର ବର୍ଧିତ ଦରକୁ ଗ୍ରାହକ ନାପସନ୍ଦ କରିବା ସହ ପୁଣି କେନ୍ଦ୍ରସରକାର ଙ୍କ ବିଏସଏନଏଲ୍ କୁ ହିଁ ଆପଣାଇବା ଏକ ପ୍ରକାର ଠିକ୍ ବୋଲି ମତ ଦେଇଛନ୍ତି।ଜିଓ କତୃପକ୍ଷ ତୁରନ୍ତ ଏଥିପ୍ରତି ଗୁରୁତ୍ବ ନଦେଲେ ଲକ୍ଷ୍ମୀପୁର ର ଜିଓ କାର୍ଯ୍ୟାଳୟ କୁ ଘେରାଉ କରାଯିବ ବୋଲି ଯୁବକ ସମାଜ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ