Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ l

ଗୋପାଳପୁର,୧୬/୦୭ ଗୋଳନ୍ଥରା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଅପହରଣ କରିବା ଓ ଦୁଷ୍କର୍ମ କରିବା ଅଭିଯୋଗ ରେ ଗୋଳନ୍ଥରା ଥାନା ପୋଲିସ ଯୁବକଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ଇଚ୍ଛାପୁର ଅଞ୍ଚଳର କେ ପ୍ରଦୀପ ରେଡ୍ଡୀ ବୋଲି ପୋଲିସ ସୂଚନା ଦେଇଛି l ସୂଚନା ଅନୁସାରେ ଏହି ଥାନା ଅଧିନସ୍ଥ ଏକ ଗ୍ରାମରେ ନାବାଳିକା ଜଣଙ୍କ ଘରେ ଏକୁଟିଆ ରହିଥିବା ବେଳେ ଗତ ମାର୍ଚ୍ଚ ୧୭ ତାରିଖରେ ଅଭିଯୁକ୍ତ ପ୍ରଦୀପ ନାବାଳିକାକୁ ପ୍ରଲୋଭନ ଦେଖାଇ ଅପହରଣ କରି ବାହାର ରାଜ୍ୟ କୁ ଚାଲି ଯାଇଥିଲେ l ପରିବାର ଲୋକ ଘରକୁ ଫେରିବା ପରେ ଝିଅ କୁ ଦେଖିବାକୁ ପାଇନଥିଲେ l ସ୍ଥାନୀୟ ଆଖ ପାଖ ଅଞ୍ଚଳରେ ପରିବାର ଲୋକ ଖୋଜା ଖୋଜି କରିଥିଲେ ମଧ୍ୟ୍ୟ ଝିଅ କୁ ପାଇ ନଥିଲେ l ଏ ନେଇ ନାବାଳିକାଙ୍କ ବାପା ଗୋଳନ୍ଥରା ଥାନା ରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୧୫୫/୨୩ ରେ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା lଗତ ଶନିବାର ଦିନ ଇଚ୍ଛାପୁର ଅଞ୍ଚଳରେ ପ୍ରଦୀପ ଓ ନାବାଳିକା ବୁଲୁଥିବା ବେଳେ ଖବର ପାଇଁ ଗୋଳନ୍ଥରା ପୋଲିସର ଏକ ଟିମ ସେଠାରେ ଚଡାଉ କରି ସେମାନଙ୍କୁ କାବୁ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲେ lତଦନ୍ତ ସମୟରେ ନାବାଳିକା ଜଣଙ୍କ ତାଙ୍କୁ ପ୍ରଦୀପ ଦୁଷ୍କର୍ମ କରିଥିବା ନେଇ ପୋଲିସ ନିକଟରେ ପ୍ରକାଶ କରିଥିଲେ l ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ରେ ଡାକ୍ତରୀ ପରୀକ୍ଷା କରିବା ସହ ପ୍ରଦୀପ କୁ ରବିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି l ଅନ୍ୟ ପଟେ ସିଆରପିସି ୧୬୪ ଧାରା ଅନୁସାରେ ନାବାଳିକାଙ୍କ ବିଚାର ପତିଙ୍କ ସମୁଖରେ ବୟନ ରେକର୍ଡ କରାଯିବା ସହ ତଦନ୍ତ ଚାଲିଥିବା ନେଇ ପୋଲିସ ସୂଚନା ଦେଇଛି l