Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ଟି ସଚିବଙ୍କୁ ଅଙ୍ଗନୱାଡି କର୍ମୀଙ୍କ ଦାବିପତ୍ର ପ୍ରଦାନ

ସମ୍ବଲପୁର: ୫ ଟି ସଚିବଙ୍କୁ ଭେଟି ଅଙ୍ଗନୱାଡି କର୍ମି ଭାରିଖୁସ୍ । ଖୁବ୍ ଶୀଘ୍ର କର୍ମୀଙ୍କ ସକାସେ ଆସିବ ଖୁସି ଖବର।ଏମିତି ଆଶ୍ୱାସନା ବାଣୀ ଶୁଣାଇଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ। ସଚିବ ଶ୍ରୀ ଭି. କେ ପାଣ୍ଡିଆନଙ୍କ ହୁମା ଗସ୍ତ ସମୟରେ ଆଜି ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ର ଜିଲ୍ଲା ସମ୍ପାଦିକା ପ୍ରମିଳା ସିଂହ,ସୌଦାମିନୀ ପାଣ୍ଡେ, ଲଳିତା ମିଶ୍ର, ରିତାରାଣୀ ପତି, କବିତା ପତି, ସେଫାଳୀ ସେଠଙ୍କ ନେତୃତ୍ଵରେ ଭେଟି ଅଙ୍ଗନବାଡି କର୍ମୀଙ୍କ ସମସ୍ୟା ଗୁଡିକ ଉପରେ ଲିଖିତ ଆକାରରେ ଦୃଷ୍ଟି ଆକର୍ଷଣ କରିଥିଲେ l ଅଙ୍ଗନବାଡି କର୍ମୀଙ୍କୁ ବଞ୍ଚିବା ଭଲି ଦରମା ଦିଆଯାଉ, ଶ୍ରମିକର ମାନ୍ୟତା ପ୍ରଦାନ ,ସରକାରୀ କରଣ, ବର୍ତ୍ତମାନ ବଜାର ଦର ବୃଦ୍ଧି କୁ ଦେଖି ଗରମ ରନ୍ଧାର ମୂଲ୍ୟ ବୃଦ୍ଧି କରାଯାଉ, ବି. ଏଲ୍. ଓ, ଗାଆଁ କଲ୍ଯାଣ ସମିତି ,ସର୍ଭେ ଇତ୍ଯାଦି ସହିତ ଅତିରିକ୍ତ କାର୍ଯ୍ୟ ରୁ ବାଦ ଦେବା ପ୍ରଭୁତି ଦାବି ପୂରଣ ସକାଶେ ଅନୁରୋଧ କରିଥିଲେ l ଦାବିପତ୍ର ଉପରେ ବିଚାର କରାଯିବ ଏବଂ ଖୁବ୍ ଶୀଘ୍ର ଅଙ୍ଗନବାଡି କର୍ମୀଙ୍କ ସକାଶେ ଖୁସି ଖବର ଆସିବ,ଏଭଳି ଆଶ୍ୱସନା ବାଣୀ ଦେଇଛନ୍ତି ଅଙ୍ଗନୱାଡି କର୍ମିମାନଙ୍କୁ। ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘର ବହୁ ସଂଖ୍ଯାରେ ସଦସ୍ୟା ଉପସ୍ଥିତ ଥିଲେ l ଜିଲ୍ଲା ସମ୍ପାଦିକା ପ୍ରମିଳା ସିଂହବି ବେଶ୍ ଖୁସ୍। ସେ ଖୁସି ବ୍ୟକ୍ତ କରି କହିଛନ୍ତି ୫ଟି ସଚିବଙ୍କ ସକାରାତ୍ମକ ଆଲୋଚନା ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ