Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଷ୍ଠ ରୋଗୀଙ୍କ ହେଲ୍ଥ ହୋମ୍:ଛାତରୁ ଗଳୁଛି ପାଣି ଝରକାରୁ ପାଣିଛିଞ୍ଚା

ସମ୍ବଲପୁର(ହାତିବାରି): ହାତୀବାରି ହେଲ୍ଥ ହୋମରେ ନିର୍ଭରଶୀଳ ରୋଗୀଙ୍କ ଜୀବନ ଦୁର୍ବିସହ ହେଲାଣି।ଶାନ୍ତିରେ ବସିବା କି ଶୋଇବା ସେମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। କୁଷ୍ଠ ସଂକ୍ରମିତ ରୋଗୀ ମାନେ ଏଠାରେ ରହିଥିବା ବେଳେ ସେମାନଙ୍କ ସାଧାରଣ ଜୀବନ ଯାପନ ପାଇଁ ତିଳେ ମାତ୍ର କାହାର ଧ୍ୟାନ ପଡୁନି। ଏବେ ଛାତରୁ ଗଳୁଛି ପାଣି। ଖୋଲା ଝରକାରୁ ମାରୁଛି ପାଣି ଛିଞ୍ଚା । ସନ୍ତସନ୍ତିଆ ହୋଇଯାଉଛି ଘର ଚଟାଣ।ହେଲେ ମରାମତି ପାଇଁ ନଜର ପଡୁନି କାହାର।ଫଳରେ ରୋଗୀ କାହିଁକି ସେମାନଙ୍କ ସେବାରେ ଥିବା ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ଏହାର ସମସ୍ୟା ଭୋଗୁଛନ୍ତି। ତୁରନ୍ତ ଏହାର ମରାମତି ଆବଶ୍ୟକ ପଡୁଥିବା ବେଳେ ଅନ୍ତତଃ ଡିଷ୍ଟ୍ରିକ ମିନେରାଲ ଫଣ୍ଡରୁ ଏହାର ମରାମତି ପ୍ରତି ପ୍ରଶାସନ ଯୁଦ୍ଧକାଳିନ ଭିତ୍ତିରେ ଦୃଷ୍ଟି ଦେବା ଆବଶ୍ୟକତା ଅନୁଭବ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ