Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାପାଳ କଂ ଅଫିସ ରେ ଚେରୁଆଉପଡା ବାସି ଙ୍କ ଧାରଣା l

ସମ୍ବଲପୁର ଜିଲ୍ଲାପାଳ କଂ ଅଫିସ ଆଗରେ ଚେରୁଆପଡା 60 ଟି ପରିବାର ସାତ ଦିନ ହେଲା flyover ତଳେ ଧାରଣା ରେ ବସି ଥିବା ସ୍ଥଳେ ଜିଲ୍ଲା ପ୍ରଶାସନ ତରଫରୁ କେହି ବି ସେମାନଙ୍କୁ. ଶୁଣିବାକୁ ପ୍ରସ୍ତୁତଃ ନାହାନ୍ତି l ଘଟଣା ରୁ ପ୍ରକାଶ ଯେ ଚେରୁଆ ପଡା ର. ଷାଠିଏ ପରିବାର ଦୀର୍ଘ ବର୍ଷ ହେଲା railway ଜାଗା ରେ ଘର କରି ରହି ଆସୁଥିବା ବେଳେ ସେମାନଙ୍କୁ ହଟାତ ବିନା ନୋଟିସ ରେ ବର୍ଷା ଦିନରେ ଘର. ଭାଙ୍ଗି ଦେଇ ଥିବାରୁ ପିଲା ଛୁଆ ଧରି ଗରିବ ଲୋକ ନାହିଁ ନଥିବା ହଇରାଣ ହେଉଛନ୍ତି l ସେମାନଙ୍କ. କଥା ରେଳବାଇ ବିଭାଗ ଶୁଣୁନାହାନ୍ତି, ଏ ପରିପେକ୍ଷୀରେ ସେମାନ ଜିଲ୍ଲା ପ୍ରଶାସନ ପାଖରେ ଗୁହାରୀ ପାଇଁ ସାତ ଦିନ ହେଲା ଭୋକ ଉପାସ ରେ. ପଡି ରହି ଥିବା ବେଳେ ସେମାନଙ୍କ କଥା କେହି ଶୁଣୁ ନାହାନ୍ତି l ବହୁ ଜନ ସମାଜ ପାର୍ଟି ତରଫରୁ ଓକିଲ ଦିଲୀପ ସିଂହ ସେମାନଙ୍କ ପାଖକୁ ଯାଇ ଧାରଣା କୁ ବ୍ୟାପକ କରାଯିବ ବୋଲି ପ୍ରେସ ବିବୃତି ରେ କହିଛନ୍ତି l5T ସଚିବ ବୁଲି ବୁଲି ଜନ ଶୁଣାଣି କରିଥିବା ବେଳେ ଗରିବ ଲୋକ ଙ୍କ କଥା କାହିଁକି କେହି ଶୁଣୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories