Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି କହିଲା, ରଖିବ ସମ ଦୂରତା !

ପୁଣି ବିଜେଡି ଦୋହରାଇଛି ସମଦୂରତା କଥା।ଉଭୟ ଏନଡିଏ ଓ ୟୁପିଏ ଦଳର ବୈଠକରେ ସାମିଲ ହେବନି ବିଜୁ ଜନତା ଦଳ। ବାହାରୁ ରହି ସବୁବେଳେ ଏନଡିଏକୁ ବିଜେଡି ସମର୍ଥନ ଦେଇ ଆସୁଥିଲେବି ଏନଡିଏ ଓ ୟୁପିଏ ଠାରୁ ସମଦୂରତା ରକ୍ଷା କରିବା କହି ନିଜ ଦଳର ଆଭିମୂଖ୍ୟକୁ ଜନତାଙ୍କ ଠାରେ ବଳବତ୍ତର ରଖି ପୁଣି ଜନତା ହୃଦୟକୁ ନିଜ ଦଳ ପାଇଁ ସାଇତି ରଖିବାକୁ ପ୍ରୟାସ କରିଛି। ସାଂପ୍ରତିକ ସମୟରେ ଜାତୀୟ ରାଜନିତି ଯେଉଁ ମୋଡ ନେଉଛି ସେ ଗୋଲିଆ ପାଣିରୁ ଦୂରେଇ ରହିବାକୁ ବିଜେଡିର ଏଭଳି ନିଷ୍ପତ୍ତିକୁ ରାଜନୈତିକ ବିଚକ୍ଷଣତାର ଦୂରଦୃଷ୍ଟି ବୋଲି କୁହାଯାଇପାରେ।ଅନ୍ୟପକ୍ଷରେ ସାଧାରଣ ନିର୍ବାଚନ ପୁର୍ବରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବଡ ଦମ୍ଭୋକ୍ତି ଦେଇଛନ୍ତି। ସେ କହିଛନ୍ତି ୨୦୨୪ରେ ଓଡିଶାରେ ବିଜେପି ଏକକ ସରକାର ଗଠନ କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ