Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଇଲଟଙ୍କ ଉପସ୍ଥିତି ବୁଦ୍ଧି, ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ

ବାଲେଶ୍ଵର: ବାଲେଶ୍ଵରର ବାହାନଗା ଟ୍ରେନ ଦୁର୍ଘଟଣାର ଭୟାବହ ଦୃଶ୍ୟ ଏବେ ମଧ୍ୟ ଲୋକଙ୍କ ମନରୁ ଲିଭିନି। ପୁଣି ଥରେ ବାଲେଶ୍ଵରରୁ ଟ୍ରେନ ଘଟଣାକୁ ନେଇ ଆସିଛି ଖବର। ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ। ଭଦ୍ରକରୁ ବାଲେଶ୍ଵର ଆସୁଥିବା ବେଳେ ନୀଳଗିରି ରୋଡ୍ ବରୁଣସିଂ ଷ୍ଟେସନ ପାଖରେ ମେମୁ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଲୋକୋ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଦୁର୍ଘଟଣା ଟଳି ଯାଇଛି।

ଖବର ଅନୁଯାୟୀ, ଭଦ୍ରକରୁ ଖଡଗପୁର ଯାଉଥିଲା ମେମୁ ଟ୍ରେନ। ରେଳ ଲାଇନରେ କାମ ଚାଲୁଥିବା ବେଳେ ମେମୁ ଟ୍ରେନ ଆସିଥିଲା। ଲୋକୋ ପାଇଲଟର ଉପସ୍ଥିତ ବୁଦ୍ଧି ଯୋଗୁ ଦୁର୍ଘଟଣାରୁ ବର୍ତ୍ତିଗଲା ଟ୍ରେନ। ଲୋକୋ ପାଇଲଟ ବ୍ରେକ ଲଗାଇ ଟ୍ରେନ ଅଟକାଇବାରୁ ଦୁର୍ଘଟଣାକୁ ଟାଳି ଦେଇଛନ୍ତି। ଟ୍ରାକ୍ ଆଣ୍ଡ ପଏଣ୍ଟରେ ତ୍ରୁଟି ଥିବା ତୁରନ୍ତ ବ୍ରେକ ଲଗାଇଥିଲେ ଲୋକୋ ପାଇଲଟ୍। ଏହା ପରେ ଟ୍ରେନକୁ ପଛକୁ ଫେରାଇ ଥିଲେ। ତେବେ ଏହି ଦୁର୍ଘଟଣା ଲାଗି ନୀଳଗିରି ରୋଡ ଷ୍ଟେସନରେ ଭୁବନେଶ୍ଵରରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ ଏକ ଘଣ୍ଟା ଅଟକି ରହିଲା।

ସୂଚନାଯୋଗ୍ୟ, ବାହନଗା ବଜାର ଷ୍ଟେସନରେ ଜୁନ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଲୁପ ଲାଇନରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନକୁ ଭୀଷଣ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ୍। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଯଶବନ୍ଦପୁର-ହାଓ୍ଵଡା ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ୨୯୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଲେ ୧୨୦୮ ଆହତ ହୋଇଥିଲେ। ଏହି ହୃଦୟ ବିଦାରକ ଦୁର୍ଘଟଣା ପୂରା ଦେଶକୁ ଦୋହଲାଇ ଦେଇଥିଲା।