Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ସାହିତ୍ୟର ଭବାନୀ ଶଙ୍କର ପ୍ରଧାନ ଥିଲେ ଜଣେ ଉଜ୍ଜଳ ନକ୍ଷତ୍ର

ସମ୍ବଲପୁର: ସମ୍ବଲପୁରୀ ଭାଷା ସାହିତ୍ୟର ଉଜ୍ଜ୍ୱଳ ଭବିଷ୍ୟତ ରହିଛି। ଏଥିପାଇଁ ପ୍ରସ୍ତୁତ ଅଛି ଚଲାପଥ। ସମସ୍ତଙ୍କୁ ଉକ୍ତ ପଥରେ କେବଳ ଚାଲିବାର ଆବଶ୍ୟକତା ଅଛି। ଉଜ୍ଜ୍ବଳ ନକ୍ଷତ୍ର ଏମିତି ଆସୁଥିବେ। ପଥ ପ୍ରଦର୍ଶନ କରିଚାଲିଥିବେ। ସ୍ବର୍ଗତ ଭବାନୀ ଶଙ୍କର ପ୍ରଧାନ ଏଭଳି ଜଣେ ଉଜ୍ବଳ ନକ୍ଷତ୍ର ଥିଲେ। ତାଙ୍କ ଉଦ୍ୟମ ସମ୍ବଲପୁରୀ ଭାଷା ସାହିତ୍ୟର ପ୍ରସାର ପ୍ରଚାର କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସଦୃଶ୍ୟ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ମତପ୍ରକାଶ ପାଇଥିଲା।
ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଭୀମଭୋଇ ଚେୟାର୍ ଅଧ୍ୟକ୍ଷ ତଥା କଲମ ଅନୁଷ୍ଠାନର ପରାମର୍ଶଦାତା ଡ଼. ପ୍ରଦୀପ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ପଣ୍ଡା ତାଙ୍କ ବକ୍ତବ୍ୟରେ ସ୍ବର୍ଗତ ପ୍ରଧାନଙ୍କ ସ୍ମୃତି ଚାରଣ କରିବା ସହ ସମ୍ବଲପୁରୀ ଭାଷା ସାହିତ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ତାଙ୍କ ଅବଦାନ ବାବଦରେ ସୂଚନା ଦେଇଥିଲେ। କଲମ ଅନୁଷ୍ଠାନର ସଭାପତି ଜୟକୃଷ୍ଣ ବେହେରା ତାଙ୍କ ଅନୁଭୂତି ବର୍ଣ୍ଣର୍ନା କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ କଲମ ଅନୁଷ୍ଠାନର ଆବାହକ ତଫିଜୁଲ ହୋସେନ ଅତିଥିଙ୍କୁ ସ୍ବାଗତ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସ୍ବର୍ଗତ ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଗୁଣରଞ୍ଜନ ସାଲିମା, ପ୍ରଦୀପ ରଞ୍ଜନ ପାଣିଗ୍ରାହୀ, ପ୍ରଶାନ୍ତ ମାଝୀ,ପ୍ରହଲ୍ଲାଦ ଦାଶ, ଯୋଗେଶ କୁମାର ନନ୍ଦ, କଲମ ପରିବାର ସମ୍ପାଦକ କମଲ ଲୋଚନ ପଣ୍ଡା, ଅନୁଷ୍ଠାନର ସଂଯୋଜକ କ୍ଷେତ୍ରମଣି ବିଭାର, ସବିତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ସଭାପତି ଶୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ