Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଂଜାମ ଜିଲ୍ଲାକୁ ଭୂମି ସଂମାନରେ ସଂମାନିତ କଲେ ଭାରତ ସରକାର,

ବେଲଗୁଣ୍ଠା,18/07,ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ନିଜର ଶ୍ରେଷ୍ଠ ପାରଦର୍ଶିତା ପାଇଁ ଜାତୀୟ ସ୍ତରରେ ଗଞ୍ଜାମ ଜିଲ୍ଳାକୁ ମିଳିଛି ଭୂମି ସମ୍ମାନ ପ୍ଲାଟିନମ୍ ପ୍ରମାଣପତ୍ର I ମଙ୍ଗଳବାର ନୂଆଁ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ମହୋଦୟା ଏହି ପୁରସ୍କାର ପ୍ରଦାନ କରିଥିଲେ I ଭୂମି ସଂସ୍କାର କ୍ଷେତ୍ରରେ ଗଞ୍ଜାମ ସମେତ ଭାରତର ଶ୍ରେଷ୍ଠ 75ଟି ଜିଲ୍ଳାକୁ ଭୂମି ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଛି I ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଳା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି I ଭୂମି ସଂସ୍କାର ପାଇଁ ଗଞ୍ଜାମ ଜିଲ୍ଲାର 23 ଟି ତହସିଲ୍ ରେ ନିଆଯାଇଥିବା ତ୍ୱରିତ ପଦକ୍ଷେପ ଯଥା ଜମିପଟ୍ଟାର କମ୍ପ୍ୟୁଟରୀକରଣ,ଜମି ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ସରଳୀକରଣ,ସ୍ଵଚ୍ଛତା ଅନୁପାଳନ, ଆଧୁନିକ ରେକର୍ଡ଼ ରୁମ୍ ପରିଚାଳନା,ଜମିଜମା କାଗଜପତ୍ର ସ୍କାନିଂ, ତହସିଲ୍ ଏବଂ ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ମଧ୍ୟରେ ସଂଯୋଜନା ପ୍ରଭୃତି କ୍ଷେତ୍ରରେ ଆଶାନୁରୂପ ଉନ୍ନତି ଏବଂ ସଫଳତା ପାଇଁ ଗଞ୍ଜାମ ଜିଲ୍ଳାକୁ ଭୂମି ସମ୍ମାନରେ ସମ୍ମାନୀତ କରାଯାଇଛି I ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଳା ତରଫରୁ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ସମେତ ଡେପୁଟି କଲେକ୍ଟର୍ ଦୟାସିନ୍ଧୁ ପରିଡ଼ା, କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ I