Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜା ଖମନ ଜଙ୍ଗଲରେ ଭାଲୁ ଆତଙ୍କ, ଭାଲୁ ଆକ୍ରମଣରେ ୪ ଜଣ ବନ କର୍ମଚାରୀ ଗୁରୁତର ଆହତ

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବିଜା ଖମନ ଜଙ୍ଗଲରେ ବଣୁଆ ଭାଲୁ ଆତଙ୍କ ଖେଳିଯାଇଛି। ଦୁଇ ଦିନ ତଳେ ବିରୁନପଦର ଗ୍ରାମର ୭୦ ବର୍ଷର ବୃଦ୍ଧଙ୍କୁ ଆକ୍ରମଣ କରିଥିଲା। ସେତେବେଳ ଘଟଣା ସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ ବୃଦ୍ଧର ୩୫ ବର୍ଷର ପୁଅ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। କୋମନା ବନ ବିଭାଗ ପକ୍ଷରୁ ଆଜି ଏହି ଭାଲୁ ଆକ୍ରମଣ ଘଟଣାର ତଦନ୍ତ କରିବାକୁ ପାଞ୍ଚରୁ ଉର୍ଦ୍ଧ କର୍ମଚାରୀ ଯାଇଥିଲେ। ବିଜାଖମନ ଜଙ୍ଗଲ ନିକଟସ୍ଥ ଏକ ପୋଖରୀ ତଳେ ଭାଲୁ ରହିଥିଲା। ଏହି ସମୟରେ ବନ୍ କର୍ମଚାରୀଙ୍କୁ ଦେଖି ଭାଲୁ ଆକ୍ରମଣ କରିଅଛି। ଏହି ଆକ୍ରମଣ ଫରେଷ୍ଟର ଗୋପାଳ ମହାନନ୍ଦ ଗୁରୁତର ଆହତ ହୋଇଛନ୍ତି। ସେହିପରି ବନ କର୍ମଚାରୀ ସାଗର ଠେଲା, ଶ୍ରୀମାନ ତାଣ୍ଡି ଏବଂ ବିରୁନ ପଦର ଗ୍ରାମର ବନରକ୍ଷୀ ସନ୍ତୋଷ ଡୁଣ୍ଡିଙ୍କୁ ଭାଲୁ ଆକ୍ରମଣ କରିଅଛି। ସମସ୍ତଙ୍କୁ ଉଦ୍ଧାର କରି କୋମନା ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଭାଲୁ ଆକ୍ରମଣରେ ଫରେଷ୍ଟର ଗୋପାଳ ମହାନନ୍ଦ ବିଶେଷ ରୂପେ ଆହତ ହୋଇଥିବା ଜଣାପଡିଅଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ