ମଙ୍ଗଳବାର ନିବୃତ୍ତି ଜୋରରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି।ବଲାଙ୍ଗୀର ଜିଲ୍ଲା ମଠଖାଇ ନିକଟରୁ ବାହାରି ଶୁକତେଲନଦୀରେ ମିଶିଥିବା ନିବୃତ୍ତିରେ ଆଜି ସକାଳେ ଦୁଇ କୂଳକୁ ଛୁଇଁ ବନ୍ୟା ଜଳ ପ୍ରବାହିତ ହେଉଥିଲା।୧୫ ରୁ ୧୮ ତାରିଖ ପର୍ଯ୍ୟନ୍ତ ତରଭା ବ୍ଲକରେ ୧୫୫ ମିମି ବର୍ଷା ହୋଇଛି ଉପର ମୁଣ୍ଡରେ ମଧ୍ୟ ଭଲ ବର୍ଷା ହୋଇଥିବାରୁ ନିବୃତ୍ତିରେ ବନ୍ୟା ଆସିଛି।ବର୍ଷର ପ୍ରଥମ ବନ୍ୟା ଦେଖିବାକୁ ନଦୀ କୂଳରେ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।