Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରପାଲିରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଦକ୍ଷତା କାର୍ଯ୍ୟକ୍ରମ

ବରପାଲି: ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗଙ୍ଗାଧର କଲ୍ୟାଣ ମଣ୍ଡପ ପରିସରରେ ମିଶନ ଶକ୍ତି ଗୋଷ୍ଠୀ ଓ ପୌରସଂସ୍ଥା ଅଧିକାରୀ ମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଦିନେଶ ଗହୀର, ଉପାଧ୍ୟକ୍ଷା ସୁପ୍ରିୟା ଜେନା ଓ ଏନଏସି ନିର୍ବାହୀ ଅଧିକାରୀ ଭୁବନ ଶତପଥି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ।
ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଓଡ଼ିଶାରେ ପ୍ରଥମେ ୨୦ ଫେବୃଆରୀ ୨୦୨୧ ମସିହାରେ ପୂର୍ଣ୍ଣାଙ୍ଗ ରୂପରେ ଘୋଷଣା କରାଯାଇଥିଲା। ୧୭ ନଭେମ୍ବର ୨୦୨୨ ମସିହାରେ ପୂର୍ଣ୍ଣାଙ୍ଗ ସଂଶୋଧିତ ହୋଇ ମାର୍ଗଦର୍ଶିକା ଜାରି କରାଯାଇଥିବା ବେଳେ ଯୋଜନାକୁ ସଫଳ ରୂପାୟନ ଦେବା ଏବଂ ଦକ୍ଷତା ବିକାଶ କରିବା ଉଦେଶ୍ଯରେ ବିଜ୍ଞାପିତ ଅଞ୍ଚଳ ପରିଷଦ ସମସ୍ତ କାଉନସିଲର , ମିଶନ ଶକ୍ତି ଗୋଷ୍ଠୀ ଓ ପୌର ସଂସ୍ଥା ଅଧିକାରୀ ମାନଙ୍କୁ ନେଇ ତାଲିମ ଶିବିର ମାନ ଆୟୋଜନ କରାଯାଉଛି। ଦକ୍ଷତାର ବିକାଶ ନିମନ୍ତେ ତାଲିମପ୍ରାପ୍ତ କୋଡ଼ିନେଟର ମାନଙ୍କ ସହାୟତାରେ ତାଲିମ ଶିବିର ମାନ ଆଗେଇଚାଲିଛି।
ଚଳିତ ଆୟୋଜିତ କାର୍ଯ୍ୟକ୍ରମକୁ ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ମୁକ୍ତା ସେଲ ପ୍ରଜେକ୍ଟ କୋର୍ଡ଼ିନେଟର୍ ପ୍ରଦୀପ ପଧାନ ପରିଚାଳନା କରୁଥିବା ବେଳେ ପରିଷଦ ଅର୍ନ୍ତଗତ ମିଶନ ଶକ୍ତି ଗୋଷ୍ଠୀର ମହିଳା ମାନେ ଯୋଗଦେଇ ତାଲିମ ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ