Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୯କେଜି ଗଞାଇ ସହ ୩ ଅଭିଯୁକ୍ତ ପୋଲିସ ପଜାଂରେ

ବରପାଲି :ବରପାଲି ପୋଲିସ ଏକ ନାଟକିୟ ଭଙ୍ଗିରେ ସ୍ଥାନିୟ ବୁଢାରଜା କେନାଲ ଅଚଂଳରୁ ୯କିଲୋ ଗଂଜାଇ ଓ ୩ଜଣ ଅଭିଯୁକ୍ତଙ୍କ ସହ ବ୍ଯବହାର୍ଯ୍ଯ ସାମଗ୍ରି ହାତରେ ଲାଗିଛି। ବିଶ୍ବସ୍ତ ସୂତ୍ରରୁ ପୁର୍ବରୁ ଖବର ପାଇ ପୋଲିସ ବାହିନୀ କେନାଲ ଅଚଂଳରେ ମାୟାଜାଲ ପକାଇ ଲୁକ୍କାୟିତ ଭାବରେ ଜଗିଥିଲେ। ୩ଜଣ ବ୍ଯକ୍ତି ଏକ ବାଇକରେ ଅନ୍ଯ ରାଜ୍ୟକୁ ଗଂଜାଇ ଚୋରାଚାଲାଣ କରୁଥିବା ବେଳେ ପୋଲିସ ଜାଲରେ ପଡିଥିଲେ। ଅଭିଯୁକ୍ତ ମାନେ ବୌଦ୍ଧ ଅଚଂଳରୁ ବରପାଲି -ବଲାଙ୍ଗୀର ରାସ୍ତାରେ ତାଙ୍କୁ ଆସୁଥିବା ବେଳେ ପୋଲିସ କାବୁ କରିଥିଲା । ଅଭିଯୁକ୍ତ ମାନଙ୍କ ମଧ୍ଯରେ ଜଣେ ବରପାଲି ବ୍ଳକ ରାବଣଗୁଡା ଗ୍ରାମର ଗୌର ଚରଣ ମାଝୀ ହୋଇଥିବା ବେଳେ ଅନ୍ଯ ଦୁଇଜଣ ମଧ୍ୟପ୍ରଦେଶ ଜିଲ୍ଲାର ରଘୁରାଜ ଶ୍ରୀବାସ୍ତବ ଓ ଗୁଲଜାର ସିଂ ବୋଲି ଜଣାପଡିଥିଲା। ଗଞ୍ଜେଇ ସହ ଏକ ମଟର ସାଇକେଲ ଓ ୩ଟି ମୋବାଇଲ, ୨ହଜାର ନଗଦ ଟଙ୍କା ଜବତ କରାଯାଇଥିଲା। ପଚରାଉଚରା ପରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତ ମାନଙ୍କୁ କୋଟକୁ ଚାଲାଣ କରାଯାଇଥିଲା।