Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଦଘାଟିତ ହେଲା ଯୋରାଡବରା ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ବୁଧବାର ଉଦଘାଟିତ ହୋଇଯାଇଛି। ଅୟୋଜିତ ସଭାରେ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଦେବରାଜ ରଣାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥ୍‌ ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ସମ୍ମାନିତ ଅତିଥୁ ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପନ୍ଦ୍ର ସିଂହଦେଓ, କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ଵେଷା ରେଡୀ, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ବିଡ଼ଓ ସୂଚରିତା ମୁଗ୍ରୀ, ତହସିଲଦାର ମିଳନ କୁମାର ଝାଙ୍କର, କଳାହାଣ୍ଡି ବିସିସି ସଭାପତି ଗିରିଶ ଚନ୍ଦ୍ର ବେହେରା, ଡିଆରସିଏସ ପ୍ରମୋଦ କୁମାର ସାହୁ, ଏଆରସିଏସ ମଧୁସୂଦନ ମେହେର ପ୍ରମୁଖ ଯୋଗଦାନ କରି କୃଷି ଓ କୃଷକଙ୍କ ଉନ୍ନତିରେ ସମବାୟ ସମିତିର ଭୂମିକା ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରେଗଡା ସରପଞ୍ଚ ଦୀପ୍ତି ରାଣୀ ସାହୁ,ଜୋରାଡବରା ସରପଞ୍ଚ ଖିତିସୁତା ସାହୁ,ସମିତି ସଭ୍ୟା ରୀମା ସାହୁ,ବୋରପଦର ସରପଞ୍ଚ ସୁବାଷ ସାହୁ,,ପ୍ରମୁଖଙ୍କ ସହ ଯୋରାଡବରା ପେକ୍ଟର ରେଗେଡା, ସାପଲହରା, ବୋରପଦର, ରେଗେଡାର ଓ ଯୋରାଡବରା ଚାଷୀମାନେ ଉପସ୍ଥିତ ଥିଲେ। ଶେଷରେ ଭାରପ୍ରାପ୍ତ ସଂପାଦକ ସୁମନ୍ତ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା।ଏଥିରେ ମୋଟ ୩୧ ଜଣ ରକ୍ତ ଦାତା ରକ୍ତ ଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ