Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ଟି ବିଦ୍ୟାଳୟ ଛାତ ଭୁଶୁଡ଼ି ଭୁଶୁଡ଼ି ଶିକ୍ଷକ ଗୁରୁତର

ଅସ୍ତରଙ୍ଗ,19/7-ରାଜ୍ୟ ସରକାର ପିଲା ଙ୍କ ଉନ୍ନତ ଶିକ୍ଷା ପ୍ରଦାନ ନିମନ୍ତେ ଆରମ୍ଭ କରିଛନ୍ତି ୫ଟି ଶିକ୍ଷା ପ୍ରଣାଳୀ । କିନ୍ତୁ ଅସ୍ତରଙ୍ଗ ବ୍ଲକ ରେ ୫ ଟି ବିଦ୍ୟାଳୟ କୁ ନେଇ ଆସିଛି ଏକ ଭିନ୍ନ ଦୃଶ୍ୟ । ତାଳଦା ପଞ୍ଚାୟତ ର ପଢ଼ିଆରୀ ବିଦ୍ୟାପୀଠ ୫ଟି ବିଦ୍ୟାଳୟ ର ଛାତ ଭୁଶୁଡି ୩ ଶିକ୍ଷକ ଗୁରୁତ୍ୱର ହେବା ସହ ଅନ୍ୟ ୨ ଜଣ କର୍ମଚାରୀ ଆହତ ହୋଇଛନ୍ତି । ସୂଚନା ମୁତାବକ ଆଜି ମଧ୍ୟାହ୍ନ ସମୟ ରେ ବିଦ୍ୟାଳୟ ର କମ୍ମନ ରୁମ ରେ ଷ୍ଟାଫ ଙ୍କ ର ଏକ ବୈଠକ ଚାଲୁଥିବା ବେଳେ ବିଦ୍ୟାଳୟ ଛାତ ର ଦଶ ଫୁଟ ରୁ ଉର୍ଦ୍ଧ ଓସାର ର ଛାତ ର ପଲସ୍ତରା ଭାଙ୍ଗି ଭୁଶୁଡି ପଡି କେତେଜଣ ଶିକ୍ଷକ ଙ୍କ ଉପରେ ପଡିଥିଲା । ରାଜ୍ୟ ସରକାର ଙ୍କ ତରଫରୁ ଏହି ବିଦ୍ୟାଳୟ କୁ ୫ଟି ରେ ରୂପାନ୍ତରିତ କରାଯାଇ ବ୍ଲକ ପ୍ରଶାସନ ତରଫରୁ୪୫ ରୁ ୫୫ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରାଯାଇ ଏହାକୁ କାର୍ଯ୍ୟକାରି କରାଇ ଥିଲେ। ହେଲେ ପ୍ଲାଷ୍ଟ ର ଖସି ଗୁରୁତର ଆହତ ହୋଇଥିବା ଶିକ୍ଷକ ପ୍ରିୟ ଦର୍ଶନ ଶତପଥୀ ପ୍ରଥମେ,ନିକଟ ଜଗତସଂହପୁର ଜିଲ୍ଲା ବାଲିକୁଦା ମେଡିକାଲ କୁ ସ୍ଥାନାନ୍ତରିତ ହୋଇଥିବା ବେଳେ, ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁନେଶ୍ବରସ୍ଥିତ ସରକାରୀ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡ଼ିଛି । ଅନ୍ୟ ଦୁଇଜଣ ଶିକ୍ଷକ ତ୍ରିଲୋଚନ ବେହେରା ଓ ଦୈତାରି ନାୟକ ନିକଟସ୍ଥ ମେଡି କାଲରେ ଚିକିତ୍ସା ଧୀନ ଅଛନ୍ତି । ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ଅଭିଯୋଗ ଅନୁଯାୟୀ , ପୁରୁଣା କାନ୍ଥ ରେ କେବଳ ସିମେଣ୍ଟ ମସଲା ମରାଯାଇ ରଙ୍ଗ ର ପ୍ରଲେପ ଦିଆଯାଇ,ଟେଣ୍ଡର କରା ନ ଯାଇ,ବ୍ଲକ ଦ୍ବାରା ନିଯୁକ୍ତ ଠିକାଦାର ବିଲ୍ କରି ନେଇଥିଲେ । କିନ୍ତୁ ଖୁବ କମ ଦିନ ରେ ଏଭଳି ଦୁର୍ଦଶା ଘଟିଛି, ସୌଭାଗ୍ୟ ଯେ କୌଣସି ଛାତ୍ରଛାତ୍ରୀ ଆହତ ହୋଇନାହାନ୍ତି । ବିଦ୍ୟାଳୟ କାର୍ଯ୍ୟ ଚାଲୁଥିବା ବେଳେ ଅନେକ ନିମ୍ନ ମାନ ର ଅଭିଯୋଗ ଆସିଥିଲେ ବି ବ୍ଲକ ପ୍ରଶାସନ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ତାଳଦା ଏକ ଦୀପାଞ୍ଚଳ ହୋଇଥିବାରୁ କୌଣସି ଅଧିକାରୀ ନଦୀ ପାର ହୋଇ କାର୍ଯ୍ୟ ର ତଦାରଖ କରିବାକୁ ଆଗ୍ରହ ପ୍ରକାଶ କରିନଥିଲେ, ଯାହାକି ଫଳ ରେ ତରବରିଆ ଭାବେ ଠିକାଦାର ଯେଣେତେଣେ ପ୍ରକାର କାର୍ଯ୍ୟ ଟିକୁ ସାରିଥିଲେ ଆଉ ଯାହାର କୁ ପ୍ରଭାବ ବର୍ତମାନ ଦେଖିବାକୁ ମିଳିଛି,ବର୍ତମାନ ପ୍ରଶ୍ନ ଉଠୁଛି ଯେ ଯେଉଁ ବିଦ୍ୟାଳୟ ରେ କର୍ମଚାରୀ ସୁରକ୍ଷିତ ନାହାନ୍ତି ସେଠି ପିଲା କିପରି ସୁରକ୍ଷିତ ଭାବେ ପାଠ ପଢିବେ । ତାଳଦା ବାସୀ ଙ୍କ ଦାବୀ ତୁରନ୍ତ ରାଜ୍ୟ ସରକାର ଙ୍କ ତରଫରୁ ବ୍ଲକ ପ୍ରଶାସନ ଅଧିନ ରେ ଥିବା, ସମ୍ପୃକ୍ତ ଠିକାଦାର ଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନନେବା ପର୍ଯ୍ୟନ୍ତ , ସେମାନେ ବିଦ୍ୟାଳୟ କୁ ପିଲା ଙ୍କୁ ପାଠ ପଢିବାକୁ ଛାଡ଼ିବେ ନାହିଁ ବୋଲି ଚେତାବନୀ ଦେଇ ଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ