Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାରାୟଣପୁର ମିଶନ ଶକ୍ତି ଗୃହ ରେ ତାଲା ଉପରେ ତାଲା ମହାସଂଘ ସଭାନେତ୍ରୀ ଙ୍କ ଅନୁପସ୍ଥିତିରେ ସରପଞ୍ଚ ଙ୍କ ସ୍ବାମୀଙ୍କ ଦ୍ବାରା ତାଲା ଭଙ୍ଗା ଯାଇଥିବା ଅଭିଯୋଗ

ଗୋପାଳପୁର ୧୯/୭ : ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନରେ ଥିବା ନାରାୟଣପୁର ଠାରେ ଥିବା ଅଞ୍ଚାୟତ ସ୍ତରୀୟ ମିଶନ ଶକ୍ତି କୋଠା ରେ ଆଜି ତାଲା ଉପରେ ତାଲା ଉପରେ ତାଲା ପଡ଼ିଥିବା ସହ ସରପଞ୍ଚ ଙ୍କ ସ୍ବାମୀ ଓ ଜଣେ ଓ୍ବାର୍ଡ ସଭ୍ୟ ଜୋର ଜବରଦସ୍ତ ତାଲା ଭାଙ୍ଗି କୋଠା ପରିସରକୁ ପସିବା ସହ ସଭାନେତ୍ରୀ ଙ୍କ ଅନୁପସ୍ଥିତିରେ ସଭା କରିଥିବା ଜଣାପଡିଛି। ନାରାୟଣପୁର ପଞ୍ଚାୟତ ରେ ପ୍ରାୟ ୪ ବର୍ଷ ଧରି ମିଶନ ଶକ୍ତି , ମହିଳା ସଂଘ ଏବଂ ବ୍ଲକ ର ମିଶନ ଶକ୍ତି ବିଭାଗ ମଧ୍ୟରେ ସଠିକ ତାଳମେଳ ରହୁନଥିବା ରୁ ବାଦବିବାଦ ଚାଲି ରହିଥିବା ବେଳେ କୋଠା ରେ ଡବଲ ତାଲା ପଡ଼ିବା ଓ ତାଲା ଭାଙ୍ଗିବା ଘଟଣା ଚର୍ଚ୍ଚା ର ବିଷୟ ପାଲଟିଛି। ୨୦୧୭ ରୁ ମହାସଂଘ ସଭାନେତ୍ରୀ ଭାବେ ତ୍ରିବେଣୀ ପଟନାୟକ ରହି ଆସୁଥିବା ବେଳେ ପ୍ରାୟ ୩ ବର୍ଷ ହେବ ପଞ୍ଚାୟତ ରେ କାର୍ଯ୍ୟରତ ଥିବା ଏମ ବି କେ(ମାଷ୍ଟର ବୁକ୍ କିପର) ଙ୍କ ମହାସଂଘ କୁ ଅସହଯୋଗ ସହ ଟଙ୍କା ହେରଫେର ନେଇ ବିବାଦ ଚାଲିଆସିଛି। ଏବଂ ଏମ ବି କେ ଏତାଦୃଶ କାର୍ଯକଳାପ କୁ ନେଇ ମହାସଂଘ ପକ୍ଷରୁ ତାଙ୍କୁ କାର୍ଯ୍ୟ ର ଅନ୍ତର କରାଯାଇଥିବା ନେଇ ମହିଳା ସଂଘ ବୈଠକରେ ନିଷ୍ପତ୍ତି ନେଇ ବ୍ଲକ ପ୍ରଶାସନ କୁ ଜଣାଇଥିଲେ ମଧ୍ୟ ଏମ ବି କେ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।ଏହା ମଧ୍ୟରେ ଗତ ୩ ବର୍ଷ ହେଲା ପଞ୍ଚାୟତ ରେ ରହିଥିବା ମହିଳା ସଂଘ ଙ୍କ କାର୍ଯ୍ୟକଳାପ ଠପ୍ ହୋଇଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।ଏହା ମଧ୍ୟରେ ସଂଘ ର ମୂଳଧନ ରୁ ପ୍ରାୟ ୯ ଲକ୍ଷ ଟଙ୍କା ହେରଫେର ହୋଇଥିବା ନେଇ ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକ ଙ୍କ ପକ୍ଷରୁ ବ୍ଲକ କୁ ଅବଗତ କରାଯିବା ସହ ଅଡିଟ ଏବଂ ତଦନ୍ତ କରିବାକୁ କୁହାଯାଇଥିଲେ ମଧ୍ୟ ଏହା ମଧ୍ୟ କାର୍ଯକାରୀ ହେଉନାହିଁ।ଯାହାକୁ ନେଇ ବାଦବିବାଦ ଚାଲୁରହିଛି।ଏହାରି କ୍ରମରେ ଆଜି କିଛି ମହିଳା ସଂଘ ସଦସ୍ୟ, ସରପଞ୍ଚ ସମେତ ବି ପି ଏମ ପ୍ରମୁଖ ମିଶନ ଶକ୍ତି ଗୃହରେ ବୈଠକ ଡାକି, ମହାସଂଘ ସଭାନେତ୍ରୀ ଙ୍କୁ ବାହାର କରିବା ପାଇଁ ଯୋଜନା କରୁଥିବା ଜାଣି ଶ୍ରୀମତୀ ପଟ୍ଟନାୟକ ବୈଠକ ଗୃହରେ ତାଲା ପକାଇ ଦେଇଥିଲେ। ବି ପି ଏମ୍ ଅଜୟ କୁମାର ଦାଶ ବୈଠକ ରେ ଉପସ୍ଥିତ ପାଇଁ ଆସି କୋଠା ରେ ତାଲା ଝୁଲୁଥିବା ଦେଖି ଏହାକୁ ନ ଦେଖି ଚାଲିଯାଇଥିବା ତ୍ରିବେଣୀ କହିଛନ୍ତି। ପ୍ରାୟ ୧୧ ଟା ବେଳେ ସରପଞ୍ଚ ଙ୍କ ସ୍ବାମୀ ଶ୍ୟାମ ସାହୁ ଓ କିଛି ମହିଳା ଆସି କୋଠାରେ ତାଲା ଉପରେ ପଡ଼ିଥିବା ତାଲାକୁ ଭାଙ୍ଗି ବୈଠକ କରିଥିବା ତ୍ରିବେଣୀ କହିଛନ୍ତି। ତ୍ରିବେଣୀ ଙ୍କ ଅଭିଯୋଗ ଅନୁଯାୟୀ ମହାସଂଘ ର ନୂତନ ସଭାନେତ୍ରୀ ଓ କର୍ମକର୍ତ୍ତା ଚୟନ ପାଇଁ କିଛି ମହିଳା ସଂଘ ଓ ସରପଞ୍ଚ ପଦକ୍ଷେପ ନେଇଛନ୍ତି ଏହାକୁ ସେ ସ୍ବାଗତ କରିଛନ୍ତି।କିନ୍ତୁ ସଭାନେତ୍ରୀ ଙ୍କୁ ବୈଠକ କୁ ଡ଼ାକି ଆଲୋଚନା କରିବା ଏବଂ ତାଙ୍କ ଦ୍ବାରା କରାଯାଇଥିବା ଅର୍ଥ ହେରଫେର ନେଇ ଅଡିଟ କରିବା ପରେ ମହାସଂଘ ର ନୂତନ କର୍ମକର୍ତ୍ତା ଚୟନ କରାଯାଉ ବୋଲି ମତପୋଷଣ କରିଛନ୍ତି।ଘଟଣା ନେଇ ନେଇ ବି ପି ଏମ୍ ଅଜୟ କୁମାର ଦାଶ ଙ୍କ ସହ ଯୋଗା ଯୋଗ ବେଳେ ସେ କହିଥିଲେ ଯେ ଗତ ୨ ରୁ ୩ ମାସ ତଳେ ଅଡିଟ ପାଇଁ ୫ ଜଣିଆ ଟିମ୍ ଯାଇଥିଲେ ସେମାନଙ୍କୁ ମହାସଂଘ ର ସଭାନେତ୍ରୀ ଙ୍କ ପକ୍ଷରୁ ସହଯୋଗ କରା ଯାଇନଥିଲା। ୯ ଲକ୍ଷ ଟଙ୍କା ହେରଫେର ନେଇ କରାଯାଇଥିବା ଅଭିଯୋଗ କୁ ସେ ଜାଣି ନ ଥିବା କହିଛନ୍ତି। ଏ ନେଇ ସରପଞ୍ଚ ଙ୍କ ପ୍ରତିନିଧି ତଥା ତାଙ୍କ ସ୍ବାମୀ ଶ୍ୟାମ ସାହୁ ଙ୍କ ସହ ଯୋଗା ଯୋଗ ବେଳେ କହିଥିଲେ ଯେ ଆଜିର ବୈଠକ କରାଗଲା କିନ୍ତୁ ଆବଶ୍ୟକ ସଂଖ୍ୟକ ମହିଳା ଅନୁପସ୍ଥିତ ଥିବାରୁ ପୁଣି ଅନ୍ୟ ଦିନ ଧାର୍ଯ୍ୟ କରି ବୈଠକ କରାଯିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି,ଏହା ସହ ତାଲା ଭାଙ୍ଗିବା ଘଟଣା ନେଇ ପଚାରିବାରୁ ସେ କହିଥିଲେ ପୂର୍ବରୁ କୋଠାରେ ପଞ୍ଚାୟତ ପକ୍ଷରୁ ତାଲା ପକାଇ ଯାଇଥିଲା, କିନ୍ତୁ ଉକ୍ତ ତାଲା ଉପରେ ଆଉ ଏକ ତାଲା ପକାଯାଇଥିବାରୁ ତାହାକୁ ଭାଙ୍ଗି ଦିଆଯାଇଥିଲା।
ସୂଚନାଯୋଗ୍ୟ ଯେ ଗତ କିଛି ମାସ ତଳେ ତ୍ରିବେଣୀ ଙ୍କୁ କନିଷି ସ୍ଥିତ ବ୍ଲକ ବିଡ଼ିଓ ଙ୍କ କାର୍ଯାଳୟ ରେ ନିଜେ ବିଡ଼ିଓ ବିଶ୍ବଜିତ ରାୟ ଓ ବି ପି ଏମ ଅଜୟ କୁମାର ଦାସ ଅସଦ ବ୍ୟବହାର କରିଥିବା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।ଏହା ନେଇ ପୁଲିସ ପକ୍ଷରୁ ତଦନ୍ତ ଚାଲୁ ରହିଛି। ଅନ୍ୟ ପଟେ ଆଜି ବଳପୂର୍ବକ ମିଶନ ଶକ୍ତି କୋଠାର ତାଲାକୁ ସରପଞ୍ଚ ଙ୍କ ସ୍ବାମୀ ଓ ଜଣେ ଓ୍ବାର୍ଡ ସଭ୍ୟ ଭାଙ୍ଗି ଥିବାରୁ ଏହା ନେଇ ତ୍ରିବେଣୀ ଙ୍କ ପକ୍ଷରୁ ଅନଲାଇନ ରେଗୋପାଳପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। ଏଣୁ ପ୍ରଶାସନ ପକ୍ଷରୁ ଏହି ଘଟଣାରେ ହସ୍ତକ୍ଷେପ କରାଯାଇ ଯଥାସମ୍ଭବ ସମାଧାନ ର‌ ପନ୍ଥା ବାହାର କରିବାକୁ ମହିଳା ମାନେ ଦାବି ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories