Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଲିସ କୁ ଆକ୍ରମଣ ଘଟଣାରେ ଗଞ୍ଜାମ ଡ଼୍ରାଇଭରକୁ ସଂଘ ସଭାପତି ସମେତ ଅନ୍ୟ ଜଣେ ସଦସ୍ୟ ଗିରଫ ।

ଗୋପାଳପୁର ୧୯/୭ ଗତ ମାର୍ଚ୍ଚ ୧୬ ତାରିଖ ସନ୍ଧ୍ୟାରେ ପୁକୁଡ଼ି ବନ୍ଧ ଛକ ଠାରେ ପୁଲିସ ଉପରକୁ ଡ୍ରାଇଭର ସଂଘ ସଦସ୍ୟ ମାନେ ଆକ୍ରମଣ କରିଥିଲେ।ଏହି ଘଟଣାରେ ସମ୍ପୃକ୍ତ ଥାଇ ଫେରାର ଥିବା ଗଞ୍ଜାମ ଜିଲ୍ଲା ଡ୍ରାଇଭର ସଂଘ ସଭାପତି ତଥା ବ୍ରହ୍ମପୁର ରସlହlବୁଧିନ୍ ଆଲିଆସ ବାବୁ ଖାଁ ଓ ଅନ୍ୟ ଜଣେ ସଦସ୍ୟ କୁରେସ ରଣା କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ସୂଚନା ଯେ ବିଭିନ୍ନ ଦାବି ନେଇ ଡ୍ରାଇଭର ମହାସଂଘ ପକ୍ଷରୁ ଗତ ମାର୍ଚ୍ଚ ୧୬ ତାରିଖରେ ରାଜ୍ୟ ସାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଏହା କ୍ରମରେ ପୁକୁଡିବନ୍ଧ ଛକ ଠାରେ ମଧ୍ୟ ଡ୍ରାଇଭର ସଂଘ ସଦସ୍ୟ ଙ୍କ ପକ୍ଷରୁ ବିକ୍ଷୋଭ ସହ ରାସ୍ତା ଜାମ କରାଯାଇଥିଲ। ଅପରାହ୍ନରେ ସଂଘ ସଦସ୍ୟ ଙ୍କ ପକ୍ଷରୁ ଗୋଟିଏ ଟ୍ରକ୍ ଅଟକାଇବାରୁ ପୁଲିସ ଡ୍ରାଇଭର ସଂଘ ସଦସ୍ୟଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ସନ୍ଧ୍ୟାରେ ଜିଲ୍ଲାର ସମସ୍ତ ଡ୍ରାଇଭର ଏକାଠି ହୋଇ ପୁଲିସ ଉପରେ ଆକ୍ରମଣ କରିଥିଲେ । ଏଥିରେ ୧୦ରୁ ଉର୍ଦ୍ଧ୍ବ ପୁଲିସ କର୍ମଚାରୀ ଆହତ ହୋଇଥିଲେ।
ଏ ନେଇ ଥାନାରେ ୯୧/୨୩ ମାମଲା ରୁଜୁ କରି ପୁଲିସ କିଛି ଅଟୋ ଡ୍ରାଇଭର କୁ ଗିରଫ କରିଥିବା ବେଳେ ଅଟୋ ସଂଘର ସଭାପତି ଫେରାର ଥିଲେ ।ଗତ କାଲି ବ୍ରହ୍ମପୁର ନୀଳାଦ୍ରି ବିହାର ରହୁଥିବା ସଭାପତି ଓ ଟାଟା କଲୋନୀ ପାତ୍ରପୁର ର କୁରେଶ୍ ରଣା କୁ ଗିରଫ କରି ବା ସହ ଗୋଟେ କାର ,ବାଇକ୍ ଓ ମୋବାଇଲ ଜବତ କରି ଆଜି କୋର୍ଟ ଚାଲାଣ କରାଯାଇ ଥିବା ଥାନା ଅଧିକାରୀ ଶାରଦା ପ୍ରସନ୍ନ ଦାଶ କହିଛନ୍ତି। ପୂର୍ବରୁ ଏହି ଘଟଣାରେ ଗୋପାଳପୁର ଥାନା ଓ ଚମାଖଣ୍ଡି ଥାନା ପକ୍ଷରୁ ୫୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories