Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୋକାକୁଳ ପରିବେଶ ରେ ସାନ କୁଶସ୍ଥଳୀ ଆର୍ମି ଯବାନ ଙ୍କ ଶେଷ କୃତ୍ୟ ସଂପନ୍ନ ।

ଗୋପାଳପୁର ୧୯/୭ ଗୋପାଳପୁର ଥାନା ଅନ୍ତର୍ଗତ ସାନ କୁଶସ୍ଥଳୀ ଗ୍ରାମର ଜଣେ ଯବାନ ଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଆଜି ଉକ୍ତ ଯବାନ ଙ୍କ ଶବ ଗାଁ ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।ମୃତକ ଜଣକ ଜଣକ ହେଲେ ସେହି ଗ୍ରାମର ସ୍ବର୍ଗତ ଧର୍ମେନ୍ଦ୍ର ସେଠୀ(୪୪) ଯିଏ କି କଲିକତା ଠାରେ ଆର୍ମି ରେ ଜେ ସି ଓ ଭାବେ କାର୍ଯ୍ୟ ରତ ଥିଲେ। ସେ ପ୍ରାୟ ୨୨ ବର୍ଷ ହେବ ଯବାନ ରେ କାର୍ଯ୍ୟରତ ଥିଲେ।ସେ ବିଭିନ୍ନ ସ୍ଥାନରେ ସୁଚାରୁ ରୁପେ କାର୍ଯ୍ୟ ତୁଲାଇଥିଲେ । ପଦୋନ୍ନତି ପାଇ ପ୍ରାୟ ୩ ମାସ ହେବ କଲିକତା ୩୧୨ ଇ ଏମ୍ ଇ ରେ ଜେ ସି ଓ ଭାବେ କାର୍ଯ୍ୟରତ ଥିଲେ। ଗତ ମେ ମାସ ୬ ତାରିଖ ରେ ଅଫିସ ଯାଉଥିବା ବେଳେ ପଛ ପଟୁ ଏକ ସ୍କୁଟି ଧକ୍କା ଦେଇଥିଲା । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ପରେ କଲିକତା ସ୍ଥିତ କମାଣ୍ଡ ମେଡିକାଲ ରେ ତାଙ୍କର ଚିକିତ୍ସା ଚାଲୁ ରହିଥିଲା ଥିଲା ।ଗତ୧୭ ତାରିଖରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ବର୍ଗତ ସେଠୀ ଙ୍କ ମର ଶରୀର କୁ କଲିକତା ର ୨ ଜଣ ଯବାନ ନେଇ ଆଜି ସକାଳେ ସାନ କୁଶସ୍ଥଳୀ ରେ ପହଞ୍ଚିଥିଲେ।ଗ୍ରାମରେ ଶୋକାକୁଳ ପରିବେଶ ରେ ରାଷ୍ଟ୍ରୀୟ ସମ୍ମାନର ସହ ଗ୍ରାମ ର ଶ୍ମଶାନ ଘାଟ କୁ ଆଣି ସେଠାରେ ଗାର୍ଡ ଅଫ୍ ଅନ୍ନର ଦେଇ ଶେଷକୃତ ସମ୍ପନ୍ନ କରାଯାଇଛି। ସେ ଜଣେ ମେଳlପି,ପରୋପକାରୀ ବ୍ୟକ୍ତି ଭାବରେ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ପରିବାର ଲୋକେ ସାନ କୁଶସ୍ଥଳୀ ଗ୍ରାମର ରହୁଥିବା ବେଳେ ସ୍ତ୍ରୀ ଓ ୧୦ ଓ ୧୪ ବର୍ଷର ୨ ଟି ଝିଅ ଅଛନ୍ତି।