Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିରଳ ରକ୍ତରେ ଜୀବନ ଦାନ

ସମ୍ବଲପୁର(ବୁର୍ଲା):ବୁର୍ଲା ମେଡିକାଲର ଶିଶୁ ବିଭାଗରେ ଭର୍ତ୍ତି ହୋଇଥିବା ପାଟଣାଗଡ଼ର ଗୋଟିଏ ରକ୍ତ କର୍କଟ ରୋଗରେ ପୀଡିତ ୬ ବର୍ଷ ଝିଅର ପ୍ଲlଟିଲେଟ୍ ୭୫୦୦ ରୁ ତଳକୁ ଖସି ଆସିଥିଲା ତେଣୁ ଝିଅକୁ ନେଗେଟିଭ ପ୍ଲାଟିଲେଟର ଆବଶ୍ୟକତା ବିଷୟରେ ନିଷ୍ଠା ପରିବାରର ଅଶ୍ଵିନୀ ତ୍ରିପାଠୀ ଭାଇ ଖବର ଦେଇଥିଲେ l ସମ୍ବଳ ଅନୁଷ୍ଠାନର ନିୟମିତ ଓ ନେଗେଟିଭ ରକ୍ତଦାତା ଗୋପାଳ ମେହେର ବୁର୍ଲାକୁ ଯାଇ ରକ୍ତଦାନ କରିଥିଲେ l ସେହିପରି ଦେବଗଡର ଗୋଟିଏ ରୋଗୀକୁ ଏବି ନେଗେଟିଭର ଆବଶ୍ୟକତା ଥିବାରୁ ନିୟମିତ ରକ୍ତଦାତା ସନ୍ତକ ପଣ୍ଡା ରକ୍ତଦାନ କରିଥିଲେ l ଶିଶୁକନ୍ୟା ର ପ୍ଲାଟିଲେଟ ବହୁତ୍ କମ୍ ଥିବାରୁ ଆହୁରି ଓ ନେଗେଟିଭ ରକ୍ତଦାତା ଆବଶ୍ୟକ l ଯଦି କେହି ସହୃଦୟ ଓ ନେଗେଟିଭ ରକ୍ତଦାତା ଏସଡିପି (single donor platelet) ଦେବାପାଇଁ ଇଛୁକ ତା ହେଲେ ଯୋଗାଯୋଗ କରିବା ପାଇଁ ଅନୁରୋଧ l କ୍ଷେତରାଜପୁରର ଅମିତ୍ ଅଗ୍ରୱାଲ ମଧ୍ୟ ଓ ନେଗେଟିଭ ରକ୍ତଦାନ କରିଥିଲେ l ବୁର୍ଲା ରକ୍ତ ଭଣ୍ଡାରର ଦେବାଶିଷ ମିଶ୍ର ଙ୍କ ସହଯୋଗ ରେ ଗତ ରାତି ୧୧.୩୦ ରେ ଦୁଇଟି ଆରଡିପି ଶିଶୁକନ୍ୟାକୁ ଦିଆଯାଇଛି l